ମହିଳାଙ୍କୁ ରକ୍ତାତ କରି ଆଶାକର୍ମୀ ଜେଲ ଗଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଜଣେ ମହିଳାଙ୍କୁ ରକ୍ତାତ କରି ଜଣେ ଆଶା କର୍ମୀ ଜେଲ ହାଜତକୁ ଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାର ଖ୍ରୀଷ୍ଟିଆନ ସାହିର ଆଶା କର୍ମୀ ରେଣୁଲିମା ତାଙ୍କ ପଡୋଶୀଙ୍କ ସହ ବଚସା ହୋଇଥିଲା. ଏଥିରେ ରେଣୁ ଅତ୍ୟନ୍ତ କ୍ରୋଧାନ୍ବିତ ହୋଇ ଏକ କାଠ ଫାଳିଆରେ ପଡୋଶୀରେ ରହୁଥିବା ଜଣେ ବିଧବା ମହିଳାଙ୍କୁ ଆକ୍ରମଣ କରିଥିଲେ. ଏଥିରେ ବିଧବା ମହିଳାଙ୍କ ମୁଣ୍ଡ ଫାଟି ରକ୍ତାତ ହୋଇଥିଲେ. ଘଟଣାଟି ମୋହନା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆଶାକର୍ମୀ ରେଣୁଲିମାଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରିଥିଲେ. କୋୖର୍ଟରେ ରେଣୁଙ୍କ ଜାମିନ ନାମଞ୍ଜୁର ହେବା ଯୋଗୁ ଆର. ଉଦୟଗିରି ସବଜେଲକୁ ରେଣୁକୁ ପଠାଇ ଦେଇଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ