ଦାମୋଦର ବିହାରରେ ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଗଢି ଉଠିଥିବା ଦାମୋଦର ବିହାର ଅଞ୍ଚଳବାସୀ ବର୍ଷା ଋତୁରେ ପ୍ରତ୍ୟେକ ଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବା ପାଇଁ ମିଳିଛି। ଯେଉଁ ଦିନ ବର୍ଷା ହୁଏ ସେସମୟ ଏହି ଅଞ୍ଚଳ ବାସିନ୍ଦା ରାସ୍ତା ରେ ଜିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି । ଏମିତିକି , ଅସରାଏ ବର୍ଷା ହେଲେ ରାସ୍ତାଘାଟର ଅବସ୍ଥା ଅତି ଶୋଚନୀୟ ଅବସ୍ତା ଭୋଗିବାକୁ ପଡ଼ିଥାଏ । ଏହି ରାସ୍ତା ଦେଇ ମଟର ସାଇକେଲରେ ଜିବା ଆସିବା କରିବା ଦୂରର କଥା। ହେଲେ ଏଠାରେ ବର୍ଷା ହେଲେ ପାଦରେ ଚାଲିଚାଲି ଯିବା ମଧ୍ୟ ସମ୍ଭବ ହୋଇ ନ ଥାଏ । ଆଣ୍ଠୁଏ ନାଳ ନର୍ଦ୍ଦମା ଅପରିଷ୍କାର ପାଣି ସହ ବର୍ଷା ପାଣି ମିଶାଇ ଆଣ୍ଠୁ ଉପରକୁ ପାଣି ଜମି ରହେ । ଦୀର୍ଘ ଘଣ୍ଟାଇ ଧରି ସେହି ଅପରିଷ୍କାର ପାଣି କୌଣସି ଆଡେ ପ୍ରାୟତଃ ନିଷ୍କାସନ ହୋଇ ନ ପାରି ଜମି ରହିଥାଏ ।ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି । ବିଭିନ୍ନ କାର୍ଯ୍ୟରେ ନିଜେ କି ନିଜର ପିଲାମାନଙ୍କୁ ବିଦ୍ୟାଳୟକୁ ନେବା ଆଣିବାରେ ସକ୍ଷମ ହୋଇପାରୁନାହାନ୍ତି ବୋଲି ଦାମୋଦର ବିହାର ଅଞ୍ଚଳବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଦେଇଥିବା ସୁଚନା ମିଳିଛି। ।ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ଏହି ଦାମୋଦର ବିହାର ଅଞ୍ଚଳ ଆଜି ଜିଲ୍ଲା ପ୍ରଶାସନିକ ହେଉ କି ବ୍ଲକ୍ ପ୍ରଶାସନିକ ବ୍ୟବସ୍ଥାରେ ଉଦାସୀନତା ଓ ବୈମାତୃକ ମନୋଭାବ ଯୋଗୁଁ ଘୋର ଅବହେଳାର ଶିକାର ହୋଇ ବର୍ଷା ବେଳେ ବାଧ୍ୟ ବାଧକତା ଭାବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ପୌର ପରିଷଦ ନା ପଞ୍ଚାୟତ କେହି ଏହାର ଉନ୍ନତି ନିମନ୍ତେ ଚେଷ୍ଟା କରୁନାହାନ୍ତି।କିଛିଦିନ ତଳେ କେରାଣ୍ଡି ପଞ୍ଚାୟତ ପକ୍ଷରୁ ରାସ୍ତାରେ କିଛି ମୋରମ ପକାଇ ନିଜର କର୍ତ୍ତବ୍ୟ ସାରି ଦେଇଛନ୍ତି। ତାହା ମଧ୍ୟ ଟିକିଏ ବର୍ଷା କାଦୁଆ ପଚ ପଚ୍ , ଯିବା ଆସିବାରେ ଘୋର ବାଧା ସୃଷ୍ଟି ହୋଇଥାଏ । ଏଠାରେ ଅପରପକ୍ଷରେ ଯଦି ଆଲୋଚନା କରାଯିବ, ତାହା ହେଲେ କିଛି ନିର୍ଦ୍ଧିଷ୍ଟ ପ୍ରଭାବସାଳି ବ୍ୟକ୍ତି ସହିତ ଜମି ମାଫିଆ ଙ୍କ ନିବିଡ଼ ସଂପର୍କ ଯୋଗୁଁ ଲୋକଙ୍କୁ ଧୁଆବାଣ ମାରି ନାନାଦି ପ୍ରକାରର ପ୍ରହ୍ଲାଭନ ଦେଖାଇ ଜମି ବିକ୍ରି କରାଯାଉଛି। କହିବାକୁ ଗଲେ ସରକାର ଙ୍କ ନିୟମ ଅନୁସାରେ ଜମି ଗୁଡିକରେ ପ୍ଲାଟ କରିବା ବେଳେ ସରକାର ଙ୍କ କିଛି ମାନଦଣ୍ଡ ଅଛି, ଯଥା ପକ୍କା ରାସ୍ତା ନାଳ,କାଲଭଟ,ଖୁଣ୍ଟ, ଇତ୍ୟାଦି ସଂପୂର୍ଣ୍ଣ ରୁପେ ଠିକ୍ ଠାକ୍ ଚାଲିଥିଲେ ହିଁ ଜମି ଉପରେ ପ୍ଲାଟ କରିବା କଥା। ଦୁଃର୍ଭାଗ୍ୟ ର ବିଷୟ ସାଧାରଣ ଲୋକେ ମାଫିଆ ଙ୍କ ପ୍ରହ୍ଲାଭନ ରେ ପଡ଼ି ଗୃହ ନିର୍ମାଣ କରିଦେଇଛନ୍ତି, ପଞ୍ଚାୟତ ସମିତି ର ସରପଞ୍ଚ ପକେଟ ରେ କିଛି ଖିଞ୍ଚିଦେଇ ଟାଉନ୍ ପ୍ଲାନିଂ ଏପୃଭ କରି ଦେବା ପରେ ଲୋକମାନେ ସାନ୍ତିରେ ରହିଥାନ୍ତି। ଯେତେବେଳେ ବର୍ଷା ଋତୁରେ ହୋଇ ଥିବା ପ୍ରାପଜଡ ରାସ୍ତା ଧୋଇ ହୋଇ ଯାଏ, ଯାହା ଫଳରେ ସାଧାରଣ ଲୋକଙ୍କ ଜିବା ଆସିବା ରେ ବାଧାପ୍ରାପ୍ତ ହେଉଥିବା ବେଳେ ଲୋକେ ସେ ସମୟରେ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ଅଧିକାରୀ ଙ୍କ ପାଖରେ ପହଞ୍ଚିଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଜମି ମାଫିଆ ମାନେ ଯେଉଁ ସୁବିଧା ସୁଯୋଗ ହେବା ନିମନ୍ତେ ସମସ୍ତ ଲୋଭ ଦେଖାଇ ବିଲ ବିକ୍ରି କରି ଥିବା ମାଫିଆ ବର୍ତମାନ ଲୋକ ଙ୍କ ଅସୁବିଧା ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଦେଇନାହାଁନ୍ତି। ଫଳରେ ଜମି ମାଫିଆ ଙ୍କ କଥା ରେ ଆଜି ସାଧାରଣ ଲୋକେ ହୋରଡଘଣା ର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏମିତି ବର୍ଷା ସମୟରେ ଲୋକ ଙ୍କ ଅଭିଯୋଗ କୁ ଭିତ୍ତିକରି ବିଭାଗୀୟ ଅଧିକାରୀ ମାନେ ପ୍ରକୁତରେ ସାଧାରଣ ଲୋକଙ୍କ କେଉଁ ସ୍ଥାନରେ ଠିକ୍ ଏବଂ କେଉଁ ବ୍ୟବସ୍ଥା ଭୁଲ୍ ତଦନ୍ତ କରିବା ଆବଶ୍ୟକ ରହିଛି ବୋଲି ସହରରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାରେ ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ