କର୍କଟ ପିଡ଼ିତଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଟକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦିଶକ୍ତି ଯୁବ ପରିଷଦ ପକ୍ଷରୁ କର୍କଟ ଜୟଦେଵ ଭବନ ପରିସର ଠାରେ ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ମୋଟ ଏଗାର ହଜାର ଦଶ ଟଙ୍କା ଅର୍ଥରାଶି ଭୁବନେଶ୍ୱର ର ମୁଖ କର୍କଟ ପୀଡିତ ରାମଚନ୍ଦ୍ର ସାମନ୍ତଙ୍କୁ ପ୍ରଦାନ କରାଯାଇଛି । ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଏହି ହୁଣ୍ଡିଦାନ କାର୍ଯ୍ୟକ୍ରମ ରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ସଂସ୍କୃତି ପୁରୁଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଯୋଗଦେଇ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗିଥିଲେ । ସାଧାରଣ ଭାବେ ଅସହାୟ କର୍କଟ ରୋଗୀଙ୍କୁ ଏହା ଏକ ନିଆରା ପ୍ରୟାସ ବୋଲି ନିଜର ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂଜ୍ୟପୂଜା ପ୍ରାଣ ସୀତାବଲ୍ଲଭ ମହାପାତ୍ର, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ପୂର୍ବତନ କର୍ପୋରେଟର ନରେନ ସାହୁ, ଉମାନାଥ ମିଶ୍ର, ବିଜେଡି ମୁଖପାତ୍ର ମାନସ ବସ୍ତିଆ, ସମାଜସେବୀ ସସ୍ମିତା ଦାସ, ପବିତ୍ର ଗଜେନ୍ଦ୍ର, ରାଜକିଶୋର ସାହୁ, ଶିବ ସୁଆର, ଫୁଜୁ କାଦିର, ତନ୍ମୟ ସାମନ୍ତରାୟ, ମଇନା ଆଚାର୍ଯ୍ୟ, ଭୁବନାନନ୍ଦ ସାମନ୍ତ,ଗୀତାଞ୍ଜଳି ପ୍ରଧାନ, ଡେଜି ଶତପଥୀ, ପ୍ରଜ୍ଞା ରଥ, ରୁବିନା ପରିଡା, ବିଶ୍ୱଜିତ ଦୀକ୍ଷିତ, ମନୋଜ ସାହୁ, ବିକାଶ ବେହେରା, ଗୁରୁପଦ ନାଥ, ଜ୍ୟୋତି ପଣ୍ଡା, ରିତା ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ସରୋଜିନୀ ମିଶ୍ର, ପ୍ରଗତି ରଥ, ହାଡ଼ିବନ୍ଧୁ ବେହେରା ପ୍ରମୁଖ ଯୋଗଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କଳ୍ପନା ସଙ୍ଘ ସଭାପତି ଧୀରେନ ରାଉତରାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ