ହାଟଡିହି କଲେଜରେ ଯୁକ୍ତଦୁଇ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିଲାଗି କଲେଜ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ, ଅଧ୍ୟାପକ ରବି ନାରାୟଣ ବିଶ୍ୱାଳ, ରବିନ୍ଦ୍ର ନାଥ ଜେନା, ବିଜୟ କୁମାର ନାୟକ, ବୃନ୍ଦାବନ ସଝା, ଗୌରାଙ୍ଗ ନାୟକ, ନିଲମ ସ୍ୱୟାଂ, ଦେବହୁତୀ ପଟ୍ଟନାୟକ, ଶଶିକଳା ଦାସ, ମେନକା ଧୁରୁଆ, ମିନତୀ ବେହୁରିଆ, ଲିପ୍ସା ପ୍ରୀୟଦର୍ଶନୀ ବେହେରା, ଜଳଧର ଦାସ, ଚକ୍ରଧର ଦାସ, ପ୍ରଣୟ ନାୟକ, ଗଙ୍ଗାଧର ପରିଡା, ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ କଲେଜର ନୀତି ନିୟମ ଓ କଲେଜରେ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଶେଷକରି ଛାତ୍ରଛାତ୍ରୀ ମାନେ କଲେଜରେ ଶିକ୍ଷାଲାଭ କରି କିପରି ଜଣେ ଜଣେ ଭଲ ମଣିଷ ହୋଇ ପାରିବେ ସେନେଇ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ