ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର ସମ୍ପର୍କିତ କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଓଡ଼ିଶା ଯାଦବ (ଗୋପାଳ) ତରଫରୁ ସ୍ୱାମୀନାଥନ ହଲ, ଓୟୁଏଟି ଠାରେ ଯାଦବ ତଥା ଓବିସିମାନଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶ୍ରୀଯୁକ୍ତ ହଂସରାଜ ଗଙ୍ଗାରାମ ଅହୀର, ଅଧ୍ୟକ୍ଷ, ରାଷ୍ଟ୍ରୀୟ ପଛୁଆବର୍ଗ ଆୟୋଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ଅହୀର ଓଡ଼ିଶା ଯାଦବ ଓ ଓବିସି ବର୍ଗର କଲ୍ୟାଣ ପାଇଁ ତଥା ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ଆଲୋକପାତ କରିଥିଲେ । କେନ୍ଦ୍ର ସରକାରଙ୍କ ଓବିସିବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନା ଓ କଲ୍ୟାଣମୂଳକ ଧାରା ବିଷୟରେ ସୂଚିତ କରିଥିଲେ । ଓଡ଼ିଶା ରାଜ୍ୟ ଏକ ଯାଦବ ବହୁଳ ରାଜ୍ୟ, ତେଣୁ ତାଙ୍କର ସାମଗ୍ରିକ ବିକାଶ ନିମନ୍ତେ ପଦକ୍ଷେପ ନେବା ପାଇଁ ସରକାରଙ୍କ ସ୍ତରରେ ପହଞ୍ôଚବା ପାଇଁ ବାର୍ତ୍ତା ଦେଇଥିଲେ । ଏହି ସଭାରେ ଆବାହକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ କଂସ, ଶ୍ରୀ ହିତେଶ ବଗର୍ତ୍ତି, ପୂର୍ବତନ ବିଧାୟକ ଶ୍ରୀ ରମାକାନ୍ତ ଦାସ, ଶ୍ରୀ ମାନସ ଦାସ, ସବ୍ୟସାଚୀ ମହଲା, ମନୋଜ ହାତୀ, ଜଗବନ୍ଧୁ ଖିଲାର, କୁନା ଭାଟି, ଫରୋଜ ବଗର୍ତ୍ତି, ଦାସ ବଗର୍ତ୍ତି ଓ ସୌମ୍ୟରଞ୍ଜନ ଦାସ ମଞ୍ଚାସୀନ ଥିଲେ । ଏହି ସଭାରେ ଓଡ଼ିଶାର ସମସ୍ତ ଜିଲ୍ଲାର ଯାଦବ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।