ବାହାରିପାରୁନି ସମାଧାନର ବାଟ,୨ୟ ଦିନରେ ପୁନର୍ବାର ଗଣଧାରଣା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତର ଦେବୀନଦୀ ପଠାରେ ବେଆଇନ ଭାବରେ ମହାଗୁରୁ ବାଟାଲିୟନ ପକ୍ଷରୁ ଅସ୍ଥାୟୀ ପ୍ରଶିକ୍ଷଣ ଶିବିରକୁ ବିଦ୍ୟୁତ ସଂଯୋଗ ଦିର୍ଘଦିନ ଧରି ନିଆଯାଇଥିଲା । ସେସୁ ବିଭାଗର ସ୍ୱତନ୍ତ୍ର ସ୍କାର୍ଡ ପକ୍ଷରୁ ଚଢାଉ କରାଯାଇ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା । ପୂର୍ଣ୍ଣବାର ବିଦ୍ୟୁତ ସଂଯୋଗ ପାଇଁ ଗୁରୁବାର ପ୍ରଶିକ୍ଷଣ ନେଉଥିବା ଯୁବକମାନେ ଏନଜେଏନ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ ଧାରଣାରେ ବସି ରହିଥିଲେ । ଧାରଣା ସ୍ଥଳକୁ ପ୍ରଶସାନିକ ଅଧିକାରୀମାନେ ଆସି ଆଲୋଚନା କରିବା ପରେ ସେମାନେ ଧାରଣାରୁ ଓହରିଥିଲେ । ଆଲୋଚନା ଅନୁସାରେ ଶୁକ୍ରବାର ପ୍ରଶିକ୍ଷଣ ନେଉଥିବା ଯୁବକମାନେ ବାଲିକୁଦା ସେସୁ ବିଦ୍ୟୁତ ଉପଖଣ୍ଡ ନିର୍ବାହୀଯନ୍ତ୍ରୀ ଦେବଦତ ଉପାଧ୍ୟାୟଙ୍କ କାର୍ଯ୍ୟାଳୟକୁ ଯାଇ ବେଆଇନ ବିଦ୍ୟୁତ ସଂଯୋଗ କରିଥିବା ପାଇଁ ଟଙ୍କା ଜୋରିମାନା ପ୍ରଦାନ କରିଥିଲେ । ପରେ ପୁନଃ ସଂଯୋଗ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଯେଉଁ ସ୍ଥାନରେ ପ୍ରଶିକ୍ଷଣ ଶିବିର ଖୋଲାଯାଇଛି ସେହିସ୍ଥାନକୁ ବିଦ୍ୟୁତ ସଂଯୋଗ କରିବାକୁ ହେଲେ ବିଭାଗର ଏଷ୍ଟିମେଂଟ ଅନୁସାରେ ପାଖାପାଖି ୮୦ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା ।କାର୍ଯ୍ୟାଳୟରେ ଆଲୋଚନା ପରେ ବିଦ୍ୟୁତ ସଂଯୋଗ ପାଇଁ କୋଣସି ବାଟ ବାହାରି ନଥିଲା । ଯାହାଫଳରେ ଯୁବକମାନେ ଅସନ୍ତୋଷ ପ୍ରକାଶ କରି ଉକ୍ତ ସ୍ଥାନର ସ୍ଥାୟୀ ପଟ୍ଟା ପାଇଁ ପୁନର୍ବାର ଅପରାହ୍ନରେ ତହସିଲ କାର୍ଯ୍ୟାଳୟ ପରିସରର ବାହାରେ ଧାରଣାରେ ବସି ରହିଛନ୍ତି । ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଧାରଣାଜାରି ରହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ