କେନ୍ଦ୍ରାପଡା ବିଧାୟକଙ୍କୁ ଝଟକା
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସରକାରୀ ହାଇସ୍କୁଲର ଗ୍ରାମ୍ୟ ଶିକ୍ଷା କମିଟି ସଭାପତି ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମର୍ଥିତ ପ୍ରାର୍ଥୀ ଭାବେ ଜୟନ୍ତ କୁମାର ସ୍ୱାଇଁ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ବିରୋଧରେ ନଗେନ କୁମାର ମିଶ୍ର ଛିଡା ହୋଇଥିଲେ । ଶ୍ରୀ ମିଶ୍ର ୮ଟି ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ଶ୍ରୀ ସ୍ୱାଇଁ ମାତ୍ର ୪ଖଣ୍ଡ ଭୋଟପାଇ ପରାଜୟ ବରଣ କରିଥିଲେ । ପୂର୍ବରୁ ଭାଗବତପୁର ପଂଚାୟତ ଉପନିର୍ବାଚନରେ ବିଧାୟକ ପରାଜୟର ଗ୍ଳାନିକୁ ଭୁଲିନଥିବା ବେଳେ ଆଜି ପୁଣି ଏହି ପରାଜୟ ତାଙ୍କୁ ୨ୟ ଝଟକା ଦେଇଥିବା ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।