ଏସଏସଡି ବିଦ୍ୟାଳୟ ଅଧିନସ୍ଥ ରୋଷେୟା ଏବଂ ସେବାୟତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ଦାବିପତ୍ର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ( ଏସଏସ ଡି) ରାଜ୍ୟ ରୋଷେୟା ଓ ସେବାୟତ ସଂଘ ମୟୂରଭଞ୍ଜ ଶାଖା ପକ୍ଷରୁ ବିଭିନ୍ନ ଦାବି ସମୂହକୁ ନେଇ ଏକ ଦାବିପତ୍ର ୫-ଟି ସଚିବଙ୍କୁ ପ୍ରଦାନ କରାଯାଇଛି। ଜନଶୁଣାଣି ଶିବିର କାର୍ଯ୍ୟକ୍ରମ ପାଇଁ ୫ଟି ସଚିବ ଭିକେ ପାଣ୍ଡିଆନ ମୟୂରଭଞ୍ଜ ଗସ୍ତରେ ଥିବାବେଳେ ମୟୂରଭଞ୍ଜ (ଏସ ଏସଡି)ଅଧିନସ୍ଥ ଜିଲ୍ଲାର ବିଭିନ୍ନ ଛାତ୍ରାବାସ ଓ ଛାତ୍ରୀନିବାସରେ କାର୍ଯ୍ୟରତ ରୋଷେୟା ଓ ସେବାୟତ ମାନଙ୍କ ପକ୍ଷରୁ ସଚିବଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରମିକ ପ୍ରଥା ଉଛେଦ ସହ ସରକାରୀ ଚାକିରୀର ମାନ୍ୟତା ଦେବା, ଅବସର ପରେ ପେନସନ ଲାଗୁକରିବା, ସରକାରୀ ଚାକିରୀର ମାନ୍ୟତା ନମିଳିବା ଯାଏଁ ଅନ୍ୟତ୍ର ବଦଳି ନକରିବା, ହଷ୍ଟେଲର ଭିତ୍ତିଭୂମି ସୁଦୃଢ଼ କରିବା, ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ଦେଇ ଅନୁଦାନ ଟଙ୍କାକୁ ହଡପ କରୁଥିବା କିଛି ହଷ୍ଟେଲ ପରିଚାଳକ ଓ ଅସାଧୁ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଛାତ୍ରୀ ନିବାସରେ କୌଣସି ପୁରୁଷ ରୋଷେୟାଙ୍କୁ ନିୟୋଜିତ ନକରିବା ଆଦି ଦାବିପତ୍ରରେ ଉଲ୍ଲେଖ୍ୟ  ରହିଛି।ସୂଚନାଥାଉକି, ମୟୂରଭଞ୍ଜ ଜିଲ୍ଲାରେ ୨୬ ଟି ବ୍ଳକରେ ୧୨୮୧ ରୁ ଉର୍ଦ୍ଧ୍ବ ରୋଷେୟା ଓ ସେବାୟତ ମାନେ ଦୁର୍ଗମ ଅଞ୍ଚଳରେ ଥିବା ଆଶ୍ରମ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରି ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ଚାଳିକା ଶକ୍ତି ଭାବେ ୨୪ ଘଣ୍ଟା ଧରି କାର୍ଯ୍ୟ କରି ଆସୁଛନ୍ତି।ଆଶ୍ରମରେ ରୋଷେଇ କାର୍ଯ୍ୟ ସହିତ ଅଫିସ କାର୍ଯ୍ୟ,ଗେଟ ଜଗୁଆଳି,ଆଶ୍ରମ ପରିସରର ସଫାସୁତୁରା ରଖିବା କାର୍ଯ୍ୟ,ପିଲାଙ୍କ ଦେହ ଖରାପ ହେଲେ ଡାକ୍ତରଖାନା ନେବା ସହିତ ଅନୁଷ୍ଠାନରେ କୌଣସି କାର୍ଯ୍ୟକ୍ରମ ହେଲେ ସେଠି ଲିପ୍ତ ରହିବା ପରି ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି।ତେବେ,ସରକାରୀ ଛୁଟି ,ପୂଜା ପାର୍ବଣ ମାନଙ୍କରେ ଛୁଟି ପାଇବାରୁ ବଞ୍ଚିତ ହେବା ସହିତ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମଧ୍ୟ ଛୁଟି ପାଆନ୍ତି ନାହିଁ।ରହିବା ପାଇଁ ଖଣ୍ଡେ ସରକାରୀ କ୍ୱାଟରର ବ୍ୟବସ୍ଥା ନଥିବାବେଳେ ପିଲା ମାନଙ୍କ ବିଛଣାରେ ଶୁଅନ୍ତି।ତେବେ,ଉକ୍ତ ସମସ୍ୟାକୁ ନେଇ ପୂର୍ବରୁ କର୍ମକର୍ତ୍ତା ମାନେ ଜିଲ୍ଲାପାଳ ଓ ଆଦିବାସୀ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏଥିପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନନେବା ଚିନ୍ତାର ବିଷୟ ପାଲଟିଛି।ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ସିଂଙ୍କ ନେତୃତ୍ୱରେ ସମ୍ପାଦକ ଲାଲମୋହନ ମାଝୀ,କୋଷାଧ୍ୟକ୍ଷ ରାଇମଣି ମୁର୍ମୁ,ବିରସିଂ ବାର୍ଦ୍ଧା,ମିନା ଟୁଡୁ,ରାମ ମାର୍ଣ୍ଡି,ରଞ୍ଜିତା ମୁର୍ମୁ,ଦେଉଗି ମାର୍ଣ୍ଡି,ସାବିତ୍ରୀ କିସ୍କୁ,ଜବା ଟୁଡୁ,ସୀତା ହେମ୍ବ୍ରମ,ସିମନ ହେମ୍ବ୍ରମ,ଭୋଳା ଟୁଡୁ,ସୁକାନ୍ତି ହେମ୍ବ୍ରମ,ବୃନ୍ଦାବତୀ ନାଏକ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ