ବେଲଗୁଣ୍ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଯୁବ ସ୍ୱାଭିମାନ ଦିବସ ଅବସରରେ ବେଲଗୁଣ୍ଠା ସାମ୍ବାଦ ସାହିତ୍ୟ ଘର ତରଫରୁ ଦିବସ ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ଗୋବରା ଶାଖା ତରଫରୁ ଗୋବରା ଏବଂ କଣ୍ଟେଇପଲ୍ଲୀ ଠାରେ ଚାରା ରୋପଣ କରାଯାଇଥିବା ବେଳେ ବେଲଗୁଣ୍ଠା ଶାଖା ତରଫରୁ ନୁଆଁ କୋକଲୁଣ୍ଡା ଠାରେ ବୃକ୍ଷରୋପଣ କରାଯାଇଛି I ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଉଢୁରା ପଂଚାୟତ ଅନ୍ତର୍ଗତ ନୁଆଁ କୋକଲୁଣ୍ଡା ଫାର୍ମ ହାଊସ୍ ପରିସରରେ ୮୨ ଟି ଚାରା ରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ଏକ ନମ୍ବର୍ କାଉନସିଲର୍ ଭାସ୍କର ପାତ୍ର, ଦୁଇ ନମ୍ବର୍ କାଉନସିଲର୍ ଦିବ୍ୟରଞ୍ଜନ ଦାଶ,ଚାରି ନମ୍ବର୍ କାଉନସିଲର୍ ପ୍ରତିନିଧି ରଞ୍ଜିତ୍ କୁମାର ସାମଲ୍, ନଅ ନମ୍ବର୍ କାଉନସିଲର୍ ଦିଲ୍ଲୀପ୍ ଆଚାରୀ, ସ୍ଵେଚ୍ଛାସେବୀ ସଞ୍ଜୟ ବେହେରା, ଟୁଲୁ ଆଚାର୍ଯ୍ୟ,ନଣ୍ଡା ମହାରଣା, ଅଗ୍ରଣୀ ଚାଷୀ ଶିବ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ ସାହୁ, ସଦସ୍ୟ ଶିବରାମ ଚୌଧୂରୀ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ I ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଁଳା, ଜାମୁକୋଳି, ବଉଳ, ଶାଗୁଆନ୍, କରଞ୍ଜ ଆଦି ପ୍ରଜାତିର ଚାରା ରୋପଣ କରାଯାଇଥିଲା I ପୂର୍ବତନ ପ୍ରେସକ୍ଲବ ସମ୍ପାଦକ ତଥା ସାହିତ୍ୟ ଘର ସଦସ୍ୟ ସୁଶାନ୍ତ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ