ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ଵାରା ନିର୍ମିତ ବିଦ୍ୟାଳୟ ଶ୍ରେଣୀ ଗୃହ ଉଦଘାଟିତ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଗୁଆଲି ଗ୍ରାମପଞ୍ଚାୟତ ରେ ଅବସ୍ଥିତ ଗନ୍ଧଲପଦା ଏବଂ କେନ୍ଦୁଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦ୍ୱୟ ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟି ଏସ୍ ଏଫ୍) ଦ୍ଵାରା ନବନିର୍ମିତ ଚାରିଗୋଟି ଶ୍ରେଣୀ ଗୃହ ଶୁକ୍ରବାର ଉଦଘାଟିତ ହୋଇଯାଇଛି I ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାୟକ, ଗୁଆଲି ଗ୍ରାମପଞ୍ଚାୟତ ସରପଞ୍ଚ ବିଦ୍ୟାଧର ନାୟକ, ଟାଟା ଷ୍ଟିଲ ର ମହାପ୍ରବନ୍ଧକ (ଓ ଏମ୍ କ୍ୟୁ) ଅତୁଲ କୁମାର ଭଟ୍ଟନାଗର, ଟାଟା ଷ୍ଟିଲ ର କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ମାନବ ସମ୍ବଳ ଅଧିକାରୀ ଟି ରାମପ୍ରସାଦ, ଟି ଏସ୍ ଏଫ୍ ୟୁନିଟ୍ ମୁଖ୍ୟ ସଞ୍ଜୟ ସର୍ଦାର, ଗନ୍ଧଲପଦା ଗ୍ରାମର ଝୁରିଆ ମୁଣ୍ଡା, ଡବରI ମୁଣ୍ଡା, ବିମଳା ନାଏକ ଙ୍କ ସହ ନିର୍ବାଚିତ ପ୍ରତିନିଧି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ବହୁସଂଖ୍ୟାରେ ଉପସ୍ଥିତ ଥିଲେ Iକବିନ୍ଦ୍ର ନାୟକ, ଟିଏସ୍ଏଫ୍ ର ଏହି କାର୍ଯ୍ୟକୁ ପ୍ରଶଂସା କରି କହିଲେ, ଏଭଳି ପଦକ୍ଷେପ ଛାତ୍ରଛାତ୍ରୀ ଙ୍କ ସୁବିଧାରେ ପାଠ ପଢିବା ପାଇଁ ନିଶ୍ଚୟ ସହାୟକ ହେବ Iପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଗନ୍ଧଲପଦା ଏବଂ କେନ୍ଦୁଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଦ୍ୱୟ ରେ ବର୍ତ୍ତମାନ ଯଥାକ୍ରମେ ୧୧୦ ଏବଂ ୬୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ I କେନ୍ଦୁଡିହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁରୁବା ବେଶ୍ରା ଙ୍କ ମତରେ ଏହି ନୂତନ ଶ୍ରେଣୀ ଗୃହ ଗୁଡିକ ଯୋଗୁଁ ଛାତ୍ରଛାତ୍ରୀ ଙ୍କ ପାଠପଢାରେ ସୁବିଧା ହେବା ସହ ଉପସ୍ଥାନ ରେ ମଧ୍ୟ ବୃଦ୍ଧି ଘଟିବ ଯାହାକି ପୁର୍ବରୁ ଶ୍ରେଣୀ ଗୃହ ର ଅଭାବ ଯୋଗୁଁ ହୋଇପାରୁନଥିଲା I କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଏ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଟି ଏସ୍ ଏଫ୍ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ହାତକୁ ନେଇ ସମ୍ପାଦନ କରିଛି I ଗନ୍ଧଲପଦା, ଗୁଆଲି ଓ କେନ୍ଦୁଡିହି ଅଞ୍ଚଳରେ ୧୪୧ ଟି ସୋଲାର ଲାଇଟ୍, ୭ ଗୋଟି ସୌର ଚାଳିତ ଗଭୀର ନଳକୂପ, ୮ଗୋଟି ପୋଖରୀ, କ୍ଲବ ଘର ଏବଂ କଙ୍କ୍ରିଟ୍ ରାସ୍ତା ନିର୍ମାଣ କରାଯାଇଛି Iଟିଏସ୍ଏଫ୍ ତରଫରୁ ଆଗାମୀ ଦିନରେ ଏଭଳି ଅନେକ ପ୍ରକଳ୍ପ କରାଯିବାପାଇଁ ଯୋଜନା ମଧ୍ୟ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ