ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ ପକ୍ଷରୁ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ ଉଦ୍ଘାଟକ କରି କାର୍ଯ୍ୟକ୍ରମର ଗୁରୁତ୍ବ ସମ୍ପର୍କରେ ବୁଝାଇଥିଲେ I ଯୂବ ରେଡକ୍ରସ୍ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଫାଷ୍ଟ୍ ଏଡ୍ ଇନ୍ ଡିଜିଟାଲ୍ ୱାର୍ଲଡ୍ ସମ୍ପର୍କରେ ଆଲୋଚନା କରିଥିଲେ I ଅନୁଷ୍ଠାନର ସମସ୍ତ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରାଥମିକ ଉପଚାର ପଦ୍ଧତି ସମ୍ପର୍କରେ ତାଲିମ୍ ଗ୍ରହନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ରା ମହାପାତ୍ର, ଦେବେଶ ଚନ୍ଦ୍ର ମହାପାତ୍ର,ଦୀପକ ରାଓ, ଗଙ୍ଗାଧର ରଣା, ମହେଶ୍ଵର ରାଉତ ପ୍ରମୁଖ ସହଯୋଗ କରିଥିଲେ I ଯୁବ ରେଡ଼କ୍ରସ୍ ଶାଖା ସହ ଉପଦେଷ୍ଟା ସ୍ଵରୂପାରାଣୀ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ