ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର
ପାରାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦୟାଳୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ,ଭୁବନେଶ୍ୱର ଆନୁକୁଲ୍ୟା ରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଇକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନୋଜ ରଞ୍ଜନ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିଲେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ଜାଜପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ମୀକ କୁମାର ପଟ୍ଟନାୟକ ଏହି ଆଲୋଚନା ଚକ୍ର ର ମୁଖ୍ୟ ବିଷୟ ବସ୍ତୁ ”ମିଲେଟ୍ : ଏକ ଉତ୍କୃଷ୍ଟ ପୌଷ୍ଟିକ ଖାଦ୍ୟ,” ଉପରେ ଆଲୋକପାତ କରିଥିଲେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହା ବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ପ୍ରାଫେଶର ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ ରସାୟନ ବିଜ୍ଞାନ ଅଧ୍ୟାପିକା ରାଜଲକ୍ଷ୍ମୀ ବିଚାରକ ରୁପେଯୋଗୋଦେଇ କଙ୍ଗୁ, ମାଣ୍ଡିଆ, ସୁଆ ଜଅ ଭଳି ସୁଲଭ ଓ ଶସ୍ତା ମିଲଟ ଖାଇବା ଦ୍ୱାରା ପୁଷ୍ଟିସାର, ଖଣିଜ ଲବଣ, ଶ୍ୱେତ ସାର, ଆଇରନ ଓ ଭିଟାମିନ ଭଳି ପୁଷ୍ଟିକର ଖାଦ୍ୟ ମିଳେ।ତେଣୁ ଆଜି ସର୍ବ ଭାରତୀୟ ସ୍ତରରେ ମିଳେଟ ଜାତୀୟ ଖାଦ୍ୟ କୁ ଗୁତ୍ଵ ଦିୟୀଯାଇ ୨୦୨୩ ମସିହା କୁ ଅନ୍ତରଜାତୀୟ ମିଲେଟ ବର୍ଷ ରୂପେ ପାଳିତ ହେଉଛି ବୋଲି କହିଥିଲେ।ପ୍ରତି ବ୍ଲକ ରୁ ଚୟନ ହୋଇଥିବା ଛାତ୍ର/ଛାତ୍ରୀ ମାନେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଏ ଝାଶୀ, ବି ଏ ମ ଉଚ୍ଚ ବିଦ୍ୟାଳୟ ଖାରଡା ପ୍ରଥମ ସ୍ଥାନ ଅଧିକାର କରି ରେଜିଓନାଲ ସାଇନ୍ସ ସେଣ୍ଟର, ଭୁବନେ୍ବର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି। ଏ ନ୍ ଜଗଦୀଶ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


