ଅଖିଳ ଭାରତ ଯୁବ ସଂଘ ପକ୍ଷରୁ ପରିବର୍ଦ୍ଧିତ ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ ଯୁବ ସଂଘ ଦିଗପହଣ୍ଡି ଜୋନାଲ କମିଟି ପକ୍ଷରୁ ସୋମବାର ଗଣିଆନାଳ ଛକ ନିକଟ ମା ‘ କୁରେଇଶୁଣି ମନ୍ଦିର ପ୍ରାଙ୍ଗଣରେ ଏକ ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଜୋନାଲ କମିଟି ସମ୍ପାଦକ ଆର୍ . ଦୈତାରି ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ଆସନ୍ତା  ୨୮ ତାରିଖରେ ପାଳନ ହେବାକୁ ଥିବା ସହିଦ ଭଗତ ସିଂଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ସଂଘ ତରଫରୁ ଭଗତ ସିଂ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି   ଆଇନ ଜରିଆରେ ବେକାରୀ ସମସ୍ୟା ଦୂରୀକରଣ ସହ ସମସ୍ତ ବେକାର ଙ୍କୁ ରୋଜଗାର କ୍ଷମ କରିବା ଦାବୀ ରେ ବ୍ରହ୍ମପୁର ସ୍ଥିତ ଆର୍ .ଡି.ସି. ଅଫିସ ଘେରାଉ କରାଯିବ ବୋଲି ସଭାରେ ସର୍ବ ସମ୍ମତ ପ୍ରସ୍ତାବ କୁ ଗୃହୀତ କରାଯାଇଥିଲା। ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଜୋନ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ  ନେଇ ଏକ ବୈଠକ କରାଯିବା ନେଇ ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଆଲୋଚନା ସଭାରେ ଅଖିଳ ଭାରତ ଯୁବ ସଂଘ ର ଜିଲା ସମ୍ପାଦକ କାମଦେବ ନାହାକ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ରାଜ୍ୟ ଏବଂ ଜିଲା ସ୍ତରରେ ହେବାକୁ ଥିବା ଯୁବ ସଙ୍ଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ  । ପରିଶେଷରେ ଅଖିଳ ଭାରତ ଯୁବ ସଙ୍ଘର ଦିଗପହଣ୍ଡି ଜୋନାଲ କମିଟି ର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ କାହ୍ନୁଚରଣ ଗୈାଡ , ଉପସଭାପତି – ଏସ୍. ବସନ୍ତ ରେଡ୍ଡୀ , ସମ୍ପାଦକ – ଆର୍ . ଦୈତାରି ରେଡ୍ଡୀ , ସହ ସମ୍ପାଦକ – ଏଲ୍. ବିଜୟ ରେଡ୍ଡୀ , କୋଷାଧ୍ୟକ୍ଷ ଭାବେ ଏସ୍ . ଜୟରାମ ପାତ୍ରଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଏହି ଆଲୋଚନା ସଭାରେ  ମୂଷା ବେହେରା , ସୁଶାନ୍ତ କୁମାର ବିଷୋୟୀ , ବଂଶୀ ସାହୁ , କାହ୍ନୁ ଗୌଡ଼ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ