ନା ବାଳିକା ଛାତ୍ରୀ ଅପହରଣ ଅଭିଯୋଗ, ପୁଲିସ ନିରବଦ୍ରଷ୍ଟା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ରାଇନଟା ଗ୍ରାମର ଜଣେ ନାବାଳିକା ଛାତ୍ରୀକୁ ଟିଉସନ ସାର ଅପହରଣ କରିନେଇଥବବା ସନେ୍ଦହ କରି ପରିବାର ଲୋକେ ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗ୍ରାମର ଜଣେ ୧୬ବର୍ଷୀୟା ନା ବାଳିକା ଢ଼େଙ୍କା ହାଇସ୍କୁଲରେ ଅଧ୍ୟୟନ କରୁଥିବାବେଳେ ସଙ୍ଗମ ଗ୍ରାମର ଅଜିତ ଯେନାଙ୍କ ନିକଟରେ ଟିଉସନ ହେଉଥିଲେ । ଗତ ୪ତାରିଖ ଦିନ ଟିଉସନକୁ ଯାଇ କେଉଁଆଡେ ପଳାଇଥିଲା । ଏନେଇ ପରିବାର ଲୋକେ ବହୁ ଖୋଜାଖେଜି କରିବାପରେ ୫ତାରିଖ ଦିନ ଅଜିତର ଘରୁ ଉକ୍ତ ଛାତ୍ରୀ ଜଣକୁ ଉଦ୍ଧାର କରି ଘରକୁ ଆଣିଥିଲେ । ସେହିଦିନ ଠାରୁ ଛାତ୍ରୀକୁ ଆଉ ଟିଉସନ ପାଇଁ ପଠାଇ ନଥିଲେ । ଗତ ୧୬ ତାରିଖ ଦିନ ଅପରାହ୍ନରେ ଏହି ନାବାଳିକା ଛାତ୍ରୀ ଜଣକ ଘର ସମ୍ମୁଖରେ ମା ସହିତ ବସିଥିବା ବେଳେ ମା ସନ୍ଧ୍ୟାଦେବାକୁ ଘର ଭିତରକୁ ପଳାଇଥିଲେ । ତା ପରଠାରୁ ଆଉ ଝିଅର ସନ୍ଧାନ ପାଇନଥିଲେ । ଅନେକ ଆଡେ ଖୋଜାଖୋଜି କରିବାପରେ ମଧ୍ୟ ଝିଅର ସନ୍ଧାନ ନପାଇବାରୁ ଗତ ୧୭ତାରିଖ ଦିନ ଏନେଇ ସୋସୋ ଥାନାରେ ଝିଅର ମା ଅଭିଯୋଗ କରିଥିଲେ । ଏପରିକି ଅଜିତ ଘରେ ନଥିବାରୁ ସେ ହିଁ ତାଙ୍କ ଝିଅକୁ ଅପହରଣ କରିଥାଇ ପାରେ ବୋଲି ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି । ୧୭ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଠିକ ଭାବେ ତଦନ୍ତ କରୁନଥିବା ନେଇ ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଏସପି ଏଥିପ୍ରତି ଦୃଷ୍ଟି ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।


