ପାଞ୍ଚ ଦଫା ଦାବି ପୂରଣ ଦାବି ରେ କାରା କର୍ମଚାରୀ ଙ୍କ ପକ୍ଷରୁ ଆନ୍ଦୋଳନ

ନିମାପଡ଼ା, (ସନ୍ତୋଷ ଦାଶ):ଗତ ୧୩ ତାରିଖ ଠାରୁ ୫ ଦଫା ଦାବି ପୂରଣ ପାଇଁ ଓଡ଼ିଶା କାରା କର୍ମଚାରୀ ସଂଘ ପକ୍ଷରୁ ସମସ୍ତ କାରାଗାର ସମ୍ମୁଖରେ କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ସରକାର ଦାବି ପୂରଣ ନକରିବାରୁ ସୋମବାର ଠାରୁ ରାଜ୍ୟର ସମସ୍ତ କାରା କର୍ମଚାରୀ ମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ୱାର୍ଡର ଓ ଚିଫ ୱାର୍ଡରଙ୍କ ଗ୍ରେଡ ପେ ବୃଦ୍ଧି,୨୦୧୨ ପୁରୁଣା ପଦୋନ୍ନତି ନିୟମ ଲାଗୁ,ଉପଖଣ୍ଡ ସ୍ଥରୀୟ ବଦଳି ନିୟମରେ କୋହଳ,ଖାଦ୍ୟ ଭତ୍ତା ବୃଦ୍ଧି ଓ ୧୩ ମାସିଆ ଦରମା ବୃଦ୍ଧି ଦାବିରେ ଏହି ଆମରଣ ଅନଶନ ଆରମ୍ଭ ହୋଇଛି ବୋଲି କହିଛନ୍ତି ପୁରୀ କାରାଗାର କର୍ମଚାରୀ ସଙ୍ଘ ସମ୍ପାଦକ ପ୍ରବୋଧ ଶତପଥି। ନିମାପଡ଼ା ଉପ କାରାଗାର ରେ ମଧ୍ୟ ସମସ୍ତ କର୍ମଚାରୀ ଆନ୍ଦୋଳନ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ