ନୂଆମଠ ଠାରେ ଶ୍ରୀକୃଷ୍ଣ ଙ୍କ ନାମକରଣ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ସ୍ଥିତ ପ୍ରେମାଚାଯ୍ୟ ବାବା ମଧୁସୂଦନ ଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବଧର୍ମ ସମନ୍ୱୟର ପୀଠ ନୂଆମଠ ଠାରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ନାମକରଣ ( ଏକୋଇଶା) ଉତ୍ସବ ଆଶ୍ରମ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ମଠ ରେ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଉତ୍ସବ ବଡ ଧୁମ୍ ଧାମରେ ଅନୁଷ୍ଠିତ ହୋଇଥାଏ। ଜନ୍ମାଷ୍ଟମୀ ଦିନ ପ୍ରଭୂ ଙ୍କ ଜନ୍ମଉତ୍ସବ,୫ ମ ଦିନ ପଞ୍ଚୁଆତି ରେ ୫ ପ୍ରକାର ଶସ୍ୟ ଭୋଗ ଲାଗି,୨୧ ଦିନରେ ପ୍ରଭୂ ଙ୍କ ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ମଠ ରେ ଥିବା ୧୫ ଟି ମନ୍ଦିର ରେ ପୂଜା ଅନୁଷ୍ଠିତ ହୋଇଥିଲା। ପ୍ରଭୂ ଶ୍ରୀ କୃଷ୍ଣ ଙ୍କୁ କଦମ୍ବ ଗଛ ପରିକ୍ରମା କରାଯିବା ପରେ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଝୁଲଣ କୁଞ୍ଜ ରେ ଉପବେଶନ କରାଯାଇଥିଲା। ସେବିକା ସବିତା ଦାସ, ଦୁର୍ଯ୍ୟୋଧନ ସାହୁ, ବୀଣା ମା, ଲିତା ମା, ରାଧା ମା, ଶୁକ ମା, ଶାନ୍ତି ମା, ବାସନ୍ତୀ ମା, ଅନ୍ନପୂର୍ଣ୍ଣା ମା, ଶ୍ରି ଚରଣ ଭାଇ, ଗୁରୁକୃଷ୍ଣ ଭାଇ, କୃଷ୍ଣ ଭାଇ, ଅକ୍ଷୟ ବାବା, ରବି ନନା ପ୍ରମୁଖ ଶହ ଶହ ଭକ୍ତ ଭକ୍ତା ଭଜନ, କୀର୍ତ୍ତନ କରିଥିଲେ। ବୃନ୍ଦାବନ ଓ ମଥୁରା ରେ ଯେପରି ଭାବରେ ପ୍ରଭୂ ଶ୍ରୀ କୃଷ୍ଣ ଙ୍କ ର ନିତ୍ୟ ପୂଜା ର ପ୍ରଚଳନ ରହିଛି ସେପରି ନୁଆହାଟ ର ନୂଆମଠ ଠାରେ ପ୍ରଭୂ ଶ୍ରୀ କୃଷ୍ଣ ଙ୍କ ନିତ୍ୟ ପୂଜା ଅନୁଷ୍ଠିତ ହୋଇ ଆସୁଥିବା କହିଛନ୍ତି ସେବକ ପ୍ରୀତି ରଞ୍ଜନ ଦାସ। ଶ୍ରୀ କୃଷ୍ଣ ଙ୍କ ନାମକରଣ ଉତ୍ସବ ପାଇଁ ମଠ ଟି ଉତ୍ସବମୁଖର ହୋଇ ପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ