ଗାନ୍ଧିବାଦୀ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାନ୍ଧିବାଦୀ ନେତା, ଶିକ୍ଷାବିତ୍ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଚ୍ଛଗରିଆସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ ହୃଷିକେଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପ୍ରତାପ କୁମାର ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ପୁସ୍ତକ “ଅନିର୍ବାଣ ଦୀପଶିଖା” ଉନ୍ମୋଚିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଦେଷ୍ଟା ସବିତା ମହାପାତ୍ର, ଚିର ରଞ୍ଜନ ରାଉତରାୟ, ନବଜ୍ୟୋତି ରାୟ, ଧିରେନ୍ଦ୍ର ପୃଷ୍ଟି, ଆକବର ଅଲ୍ଲୀ, ପ୍ରମୋଦ ରଥ, ମୁକ୍ତାର ଖାଁ, ବସନ୍ତ କୁମାର ବିଶ୍ୱାଳ, ଶିକ୍ଷାବିତ୍ ନନ୍ଦକିଶୋର ପରିଡା, ଦୁର୍ଯ୍ୟୋଧନ ପରିଡା, ପ୍ରଣବ କୁମାର ଜେନା, ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଉତ୍କଳକେଶରୀ ପରିଡା, ସିପ୍ରା ମଲ୍ଲିକ, ଚିନ୍ମୟ ପ୍ରସାଦ ବେହୁରା, ଅଲେଖ ଜେନା, ତାପସ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ, ପ୍ରଦୀପ୍ତ ମହାନ୍ତି, ସରୋଜ ସାହୁ, ଶିବ ପ୍ରସାଦ ଭଳ, ଗୟାଧର ଧଳ, ବରିଷ୍ଠ ସାମ୍ବାଦିକ ପରିକ୍ଷିତ ପାତ୍ର, ଶ୍ରୀରାମ ଦାଶ, ପୂର୍ବତନ ପିପି ଭୀମସେନ ଭୂୟାଁ, ଅଶୋକ ପ୍ରତିହାରୀ, ବସନ୍ତ ମଲ୍ଲିକ, ସାହିତ୍ୟିକ ରବି ସ୍ୱାଇଁ, ଡଃ ବାସୁଦେବ ଦାସ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଅମ୍ବିକା ପରିଡା, ସମାଜସେବୀ ଅଜୟ ରାଉତ, ରବିନ୍ଦ୍ର ସାମଲ, ଫକୀର ଚରଣ ଖଟୁଆ, ସୟଦ ଅବଦୁଲ ସତ୍ତାର, ଅନିଶା ପଣ୍ଡା, ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜେଶ ଦାସ, ରମଣୀ ରଞ୍ଜନ ତାଉରରାୟ, ଅଜୟ ସାମଲ, ଧିରେନ ସାହୁ, ଦେବଦାସ ମହାନ୍ତି ପ୍ରମୁଖ ଶିକ୍ଷାବିତ୍ ସ୍ୱର୍ଗତ ରାଉତଙ୍କ ଗୁଣାବଳୀ ଉପରେ ଆଲୋକପାତ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରବିନ୍ଦ୍ର ପ୍ରସାଦ ଜେନା, ଆଦିକନ୍ଦ ରାଉଳ, ସୁରେନ୍ଦ୍ର ଜେନା, ଶ୍ରୀଧର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଣ୍ଡିତ ପ୍ରତାପ ପତି ଗୀତା ପାଠ କରିଥିବା ବେଳେ ଯୁବ ନେତା ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


