କରଞ୍ଜିଆ ଏନଏସି ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଦେଶ ଆଜି ପାଳୁଛି ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନକୁ ଏହାରି ଭିତରେ ୯ ବର୍ଷ ପୂରି ଯାଇଛି l ଏହି ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ୨୦୧୪ ମସିହା ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭ ହୋଇଥିଲା ଏହି କ୍ରମରେ କରଞ୍ଜିଆ ଏନଏସି ପକ୍ଷ ରୁ ମଧ୍ୟ ସ୍ୱଛତା ହିଁ ସେବା ଓ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି ଙ୍କ ନେତୃତ୍ୱ ରେ ଏନଏସି କାର୍ଯ୍ୟାଳୟ ରୁ ଆରମ୍ଭ କରି ସାରା ସହର ବିଭିନ୍ନ ପଡିଆ, ରାସ୍ତାଘାଟରେ ସଫେଇ ଓ ଶ୍ରମଦାନ କାର୍ଯ୍ୟକ୍ରମ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ଏନଏସି ଉପାଧ୍ୟକ୍ଷ ସ୍ୱରୂପ ପରିଜା,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ , କରଞ୍ଜିଆ କଲେଜ ପରିଚାଳନା ସମିତି ସଭାପତି ଗିରିଧାରୀ ପୃଷ୍ଟି,ବରିଷ୍ଠ କାଉନସିଲର ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାସ, ସମାଜସେବୀ ରୋହିତ ପୃଷ୍ଟି,ନମିତା ଘଣ୍ଟିଆଳି, ରେଣୁପ୍ରିୟା ରଣସିଂ,ଅନିତା ଚାତାର,ରଣଜିତ ଖାଟୁଆ, ବିଜୟ ନାୟକ, ଭାବଗ୍ରାହୀ ମହାନ୍ତ,ବିଭୁ କଲ୍ୟାଣ ମହାନ୍ତ,ଏସକେ. ସୁଲେମାନ ଙ୍କ ସମେତ ସମସ୍ତ କାଉନସିଲର ଓ କାର୍ଯ୍ୟାଳୟ ର କର୍ମଚାରୀ, ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର, ସ୍ୱୟଂ ସହାୟିକା ଗୋଷ୍ଟି ମହିଳା ମାନେ ଉପସ୍ଥିତ ରହିଥିଲେ ଏହି ଅବସର ରେ ସଫେଇ କାର୍ଯ୍ୟ ନିମନ୍ତେ ଆସିଥିବା ୩ ଟି ନୂତନ ଅଳିଆ ଉଠା ଗାଡି କୁ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପୃଷ୍ଟି ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ଏନଏସି କାର୍ଯ୍ୟାଳୟ ର ସୁଧୀର ସାହା, ସୌଭାଗ୍ୟ ଶିକ୍ତ ପଟ୍ଟନାୟକ, ସମରଜିତ ଜେନା, ରୋହିତ ବେହେରା ପ୍ରମୁଖ ସହଯୋଗ କରିଥିଲେ


