ଶିଭମ୍ ଶିକ୍ଷାନୁଷ୍ଠାନ ପକ୍ଷରୁ ଗାନ୍ଧି ଜୟନ୍ତୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଚିନ୍ତାମଣିଶ୍ୱରଠାରେ ଥିବା ଶିଭମ୍ କମ୍ପ୍ୟୁଟର ଏଜୁକେସନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜୀବନ ଦର୍ଶନର ପ୍ରାସଙ୍ଗିକତା ସାରା ବିଶ୍ୱକୁ ପ୍ରେରଣା ପ୍ରଦାନ କରିବା ସହିତ ସମଗ୍ର ମାନବ ସମାଜ ଏହାକୁ ପାଳନ କରିଆସୁଛି । ଅନୁଷ୍ଠାନର ଅଧ୍ୟକ୍ଷା ଶଶିରେଖା ସାହୁ ବିଦ୍ୟାର୍ଥୀମାନଙ୍କୁ ଭଲ ମଣିଷ ହେବାକୁ କହିବା ସହ ନୈତିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ବିଦ୍ୟାର୍ଥୀମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ