ଇକୋ ୱାରୀୟର ସ୍ଵର୍ଣ୍ଣକ୍ଷେତ୍ରରେ ବେଳାଭୂମି ସଫେଇ ଅଭିଯାନ
ଗଂଜାମ, (ବିନୋଦ ପଲାଇ):ପରିବେଶ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇକୋ ୱାରିୟର ସ୍ୱର୍ଣ୍ଣକ୍ଷେତ ଦିବସ ଅବସରରେ ସମୁଦ୍ର ସଫେଇ ଅଭିଯାନ ଅରମ୍ବ ହୋଇଛି। ଗଂଜାମ ବ୍ଲକ ଅନ୍ତର୍ଗତ ଗୋଖରକୁଦ ସମୁଦ୍ର ବେଳାଭୂମି ତଥା ଅଲିଭ ରିଡ଼ଲଙ୍କ ଗଣଅଣ୍ଡା ସ୍ଥଳୀକୁ ସଫେଇ କରାଯାଇଛି ଗାନ୍ଧୀ ଜୟନ୍ତୀ ଠାରୁ ଋଷିକୂଲ୍ୟା ମୁହାଣର ଠାରୁ ଏହି କାର୍ଯ୍ୟଆରମ୍ଭ ହୋଇଥିଲା। ମା ଗଙ୍ଗାଦେବୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ। ପରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଏକ କେକକାଟି ପାଳନ କରିଥିଲେ। ସ୍ବଚ୍ଛତା ଓ ପରିବେଶ ସମ୍ବନ୍ଧୀୟ ଏକ ଅନଲାଇନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଶତାଧିକ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ । ବିଜେତା ପ୍ରତିଯୋଗୀଙ୍କୁ ଇକୋ ୱାରିୟର ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ।ଏହି ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ପ୍ରଭାତ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ସୀମାଞ୍ଚଳ ଦାସ, ଦୁର୍ଗା ମାଧବ
ପାଣିଗ୍ରାହୀ,କରୁଣାକର ରେଡି,ପ୍ରଣୟ ପ୍ରଧାନ, ଦୁର୍ଯୋଧନ ରେଡ୍ଡୀ ,ପୂର୍ଣ୍ଣ ରେଡ୍ଡୀ ,ସଞ୍ଜୟ ପ୍ରଧାନ , ଗୁରୁନାଥ ରେଡ୍ଡୀ,କିରଣ ପଲେଇ , ସନ୍ତୋଷ ରାଉଳ , କିରଟ ରେଡ୍ଡୀ , ଟୁକୁନା ରେଡ୍ଡୀ , ଲୋକନାଥ ରେଡ୍ଡୀ , ବଳରାମ ରେଡ୍ଡୀ , ଅଭିନାଶ ପରିଡ଼ା ଆଦି ସାମିଲ ଥିଲେ।


