ବିବିସିସି ବ୍ୟାଙ୍କରେ ତାଲା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଠାରେ ଆଜି ତାଲା ପଡ଼ିଥିବାରୁ ଗ୍ରାହକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ଶାଖା ପରିଚାଳକ ଭାବେ ସଫଳତାର ସହ କାର୍ଯ୍ୟ କରିଥିବା ବିଚିତ୍ରାନନ୍ଦ ସାହୁଙ୍କୁ କୌଣସି କାରଣ ନଥାଇ ବଦଳି କରାଯାଇଛି। ଏହାଛଡା ଶାଖାରେ ମଧ୍ୟ କର୍ମଚାରୀ ଅଭାବ ସମସ୍ୟା ପୂରଣ ହୋଇ ପାରିନାହିଁ। ତେଣୁ ଶାଖା ପରିଚାଳକଙ୍କ ବଦଳି ଆଦେଶ ବାତିଲ ସହିତ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବାକୁ ୧୦ଗୋଟି ସମିତି ସଭାପତି ଓ ସମ୍ପାଦକ ମାନେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। ପ୍ରାୟ ଦୁଇ ସପ୍ତାହ ଧରି ଶାଖାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ସମସ୍ତ ସଭାପତି ଓ ସମ୍ପାଦକ ମାନେ ଆଜି କାର୍ଯ୍ୟାଳୟ ଠାରେ ପହଞ୍ଚି ତାଲା ପକାଇ ଧାରଣା ଦେଇଛନ୍ତି। ଖବର ପାଇ କ୍ଷତ୍ରିୟ ଅଧିକାରୀ ନିର୍ମଳ ଚନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇନଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ