ନାବାଳିକା ଅପହରଣ ଓ ଦୁଷ୍କର୍ମ
ବାଲେଶ୍ଵର, (ସରୋଜ ପଣ୍ଡା):ନାବାଳିକା କୁ ଅପହରଣ ଓ ପରେ ଦୁଷ୍କର୍ମ ଅଭିଯୋଗ ରେ ଦୋଷୀ କୁ ଜେଲ୍ ଦଣ୍ଡ ।ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର। ଦୋଷୀ ତପନ ମଲ୍ଲିକ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡ। ଏହି ଘଟଣା ରେ ୧୨ ଜଣ ସାକ୍ଷୀ ଓ ୧୬ ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ। ବାଲେଶ୍ଵର ଜିଲ୍ଲା ଚନ୍ଦନେଶ୍ଵର ଫାଣ୍ଡି ରେ ୨୦୨୨ ମସିହାରେ ନାବାଳିକା ଙ୍କୁ ଅପହରଣ ପରେ ରାଜ୍ୟ ବାହାରକୁ ନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୀଡ଼ିତା ନାବାଳିକା ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ମାନ୍ୟବର କୋର୍ଟ। ଏହି ମକଦ୍ଦମା ସରକାର ଙ୍କ ପକ୍ଷରୁ ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।।


