ଉଦଯାପିତ ହେଲା ବିଜେଡିର ପ୍ରଶିକ୍ଷଣ ଶିବିର

ନିମାପଡ଼ା, (ସନ୍ତୋଷ ଦାସ):ଆଜି ଶେଷ ହୋଇଛି ବିଜେଡିର ତିନିଦିନିଆ ପ୍ରଶିକ୍ଷଣ ଶିବିର।ଗତ ୨୯ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ପ୍ରଶିକ୍ଷଣ ଶିବିରରେ ନିମାପଡା ନିର୍ବାଚନ ମଣ୍ଡଳୀର ୪୬ଟି ଗ୍ରାମ ପଞ୍ଚାୟତର ଛାମୁଆ ନେତା,କର୍ମୀ,ଯୁବକ ଓ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିମାପଡ଼ା ବିଜେଡି ତାର କାର୍ଯ୍ୟଧାରା ଓ ରଣନୀତି ପ୍ରସ୍ତୁତ କରିଛି।ଏହି ତିନିଦନିଆ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ଇପ୍ସିତା ସାହୁ,ମଧୁସ୍ମିତା ନାୟକ ଓ ବିଜେଡି ମିଡ଼ିଆ ସେଲ ମୁଖ୍ୟ ସ୍ଵଂୟ ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ଦଳ ପକ୍ଷରୁ ଗୁରୁ ମନ୍ତ୍ର ଦେବା ସହିତ କିପରି ଆଗାମୀ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଦାୟିତ୍ଵ ଦିଆଯିବ ଏବଂ ନିମାପଡାରେ ଚତୁର୍ଥ ଥର ପାଇଁ ଶଙ୍ଖ ଚିହ୍ନକୁ ବିପୁଳ ସମର୍ଥନ ମିଳିବ ପ୍ରଶିକ୍ଷଣ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ଶିବିର ପକ୍ଷରୁ ସୂଚନା ମିଳିଛି। ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମୀର ରଜ୍ଞନ ଦାଶ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ବ୍ଲକ ବିଜେଡି ସଭାପତି ଅଶୋକ ସାହୁ,ନଗର ସଭାପତି ଜୀବନାନନ୍ଦ ମହାପାତ୍ର ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇଙ୍କ ସମେତ ସମସ୍ତ ଦଳୀୟ କର୍ମକର୍ତ୍ତା,ନିର୍ବାଚିତ ପ୍ରତିନିଧି ଓ ତିନି ହଜାରରୁ ଉର୍ଦ୍ଧ୍ବ କର୍ମୀ ୯ଟି ଅଧିବେଶନରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ