ସାଟେଲାଇଟ୍ ସର୍ଭେ ପାଇଁ ପ୍ରସ୍ତୁତି
ବାରିକପୁର, (ଦୁର୍ଯ୍ୟଧନ ଲେଙ୍କା) : ଚଳିତ ବର୍ଷ ଖରିଫ ଧାନ କ୍ରୟ ସକାଶେ ସାଟେଲାଇଟ୍ ସର୍ଭେ ଏକାନ୍ତ ଅପରିହାର୍ଯ୍ୟ ହୋଇଛି। ତେଣୁ ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଵିଡିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅତିରିକ୍ତ ଯୋଗାଣ ଅଧିକାରୀ ଶରତ କୁମାର ବେହେରା, ସମବାୟ ଵିଭାଗ ଅଧିକାରୀ ପ୍ରଚିତା ଜେନା, ଵ୍ଲକ ଯୋଗାଣ ନୀରୀକ୍ଷିକା ସନ୍ଦିପା ଦାସ, ମିଶନ ଶକ୍ତି ଅଧିକାରୀ ସୁବ୍ରତ ପଣ୍ଡା, ମୃତ୍ୟୁଞ୍ଜୟ ପଣ୍ଡା ପ୍ରମୁଖ ଯୋଗଦେଇ କୃଷି କ୍ଷେତ୍ରକୁ ଯାଇ କେଉଁ ଭଳି ସାଟେଲାଇଟ୍ ସର୍ଭେ ହେବ ସୂଚନା ଦେଇଥିଲେ। ଏଥିରେ ଆଠଗୋଟି ସମବାୟ ସମିତି ସମ୍ପାଦକ ଓ ଡିଇଓ ମାନେ ଉପସ୍ଥିତ ଥିଲେ। ଏହାଛଡା ଏସଏଚଜି କର୍ମକର୍ତ୍ତା ମଧ୍ୟ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ।