ଅପର୍ଣ୍ଣା ଡାଙ୍ଗୁଆ ଗଞ୍ଜାମ ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅପର୍ଣ୍ଣା ଡାଙ୍ଗୁଆ (ଓଏଏସ) ଦାଇତ୍ଵ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ରଣପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଦାୟିତ୍ୱ ରେ ଥିଲେ। ପୂର୍ବରୁ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଅତିରିକ୍ତ ତହସିଲଦାର ଭାବେ ପଦୋନ୍ନତି ପାଇ ଟିକାବାଲି ବଦଳି ହୋଇଥିଲେ ଗତ ଦୁଇ ସପ୍ତାହ ତଳେ। ତାଙ୍କ ସ୍ଥାନରେ ଛତ୍ରପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଅତିରିକ୍ତ ଦାଇତ୍ୱରେ ଥିଲେ। ପ୍ରଥମଥର ପାଇଁ ଜଣେ ଓଏଏସ ଅଫିସର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ଡାଙ୍ଗୁଆ ଅଞ୍ଚଳବାସୀଙ୍କୁ ପୋୖରସେବା ପହଞ୍ଚାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ଏବଂ ସମସ୍ତଙ୍କୁ ନେଇ ପଡିରହିଥିବା ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ ବୋଲି କହିଥିଲେ। ଅଞ୍ଚଳବାସୀଙ୍କ ସମସ୍ୟା ଶୁଣିବା ପାଇଁ ମୋର ଦ୍ୱାରା ସଦାସର୍ବଦା ଖୋଲାବୋଲି କହିଥିଲେ। ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମସ୍ତ ନିର୍ବାଚିତ ପ୍ରତିନିଧି, କର୍ମଚାରୀ ଓ ବିଭିନ୍ନ ବର୍ଗର ଲୋକେ ସ୍ୱାଗତ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ