ବ୍ଲକ ବିଜେଡି ପକ୍ଷରୁ ଜିଲା ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଜିଲା ବିଜେଡି ସଭାପତି ସଂଜୟ ଦାସବର୍ମାଙ୍କୁ ଆଜି ବନ୍ତ ବ୍ଲକ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଥିଲା । ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ତତ୍ତ୍ୱାବଧାନରେ ଟିଲୋ ତ୍ରିକୋଣା ଛକ ଠାରେ ଜିଲା ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରାଯିବା ପରେ ଶତାଧିକ କର୍ମୀ ମଟର ସାଇକେଲ ର‌୍ୟାଲିରେ ଶ୍ରୀ ଦାସବର୍ମାଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ବନ୍ତ ଜଳସେଚନ କାର୍ଯ୍ୟାଳୟ ଛକ ନିକଟରେ ଆୟୋଜିତ ସାଂଗଠନିକ କାର୍ଯ୍ୟକ୍ରମରେ ଶ୍ରୀ ଦାସବର୍ମା ଯୋଗ ଦେଇ ଗତ ସାଧାରଣ ଓ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ଯେପରି ବନ୍ତ ବ୍ଲକରେ ସଫଳତା ହାସଲ କରିଥିଲା ସେହିପରି ଆଗାମୀ ସାଧାରଣ ନିର୍ବାଚନରେ ସଫଳତା ହାସଲ କରିବାକୁ ସମସ୍ତ ନେତୃତ୍ୱ ଓ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବନ୍ତ ବ୍ଲକର ପ୍ରଗତିକୁ କିଭଳି ଆହୁରି ଅଧିକ ଗତିଶୀଳ କରାଯାଇ ପାରିବ ସେନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଦଳ ଭିତରେ ରହି ମୂଷା ଭଳି କାମ ନକରିବାକୁ ପରାମର୍ଶ ଦେଇଥିଲେ । ଆୟୋଜିତ ସଭାରେ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିହାରିକା ରାଉତ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ ଯୋଗ ଦେଇଥିଲେ । ଏହି ଅବସରରେ ନିଳୋକ ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ଅନନ୍ତ ଚରଣ ଦାସ ଓ ତାଙ୍କ ସମର୍ଥକ ମାନେ ଅନ୍ୟ ଦଳ ଛାଡି ବିଜେଡିରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ପରିଚାଳନାରେ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଆଲୋକ ରାଉତ, ଶକ୍ତିଧର ରାଉତ, ଗଣନାଥ ବେହେରାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ସମସ୍ତ ପଞ୍ଚାୟତର ନେତୃତ୍ୱ ଓ କର୍ମୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ