କରଞ୍ଜିଆରେ ଧାନ ମଣ୍ଡି ଉଦଘାଟିତ,ଉଦଘାଟନ କଲେ ଉପଜିଲ୍ଲାପାଳ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଚଳିତ ବର୍ଷ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଖରିଫ ଋତୁ ୨୦୨୩ ପାଇଁ ଧାନ ସଂଗ୍ରହ ଗ୍ରହ ସକାଶେ ଚଳିତ ଡିସେମ୍ବର ମାସ ୧୦ ତାରିଖରୁ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ବେଳେ କରଞ୍ଜିଆ ବ୍ଳକର କରଞ୍ଜିଆ ଓ ପାଟବିଲ ଲ୍ୟାମ୍ପ୍ସ ଠାରେ ଧାନ କ୍ରୟ ଆରମ୍ଭ ହୋଇଛି। ଲ୍ୟାମ୍ପ୍ ପକ୍ଷରୁ କରଞ୍ଜିଆ କେରକେରା ଠାରେ ଧାନମଣ୍ଡିକୁ ମୁଖ୍ୟ ଅତିଥ୍ ଭାବେ ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ନାୟକ, ଏସିଏସଓ ହିମାଂଶୁ ଶେଖର ଦତ୍ତ, କରଞ୍ଜିଆ ଲ୍ୟାମ୍ପ ସଭାପତି ଗିରିଶ ଚନ୍ଦ୍ର ନାଏକ, ବରିଷ୍ଠ ସମବାୟବିତ ତଥା ରାଜ୍ୟ ସମବାୟ ବୋର୍ଡ ନିର୍ଦେଶକ ଗିରିଧାରୀ ପୃଷ୍ଟି, ଲ୍ୟାମ୍ପ ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ଗିରି, ଉପ ନିବନ୍ଧକ ସମବାୟ ସମୂହ ଜ୍ଞାନରଞ୍ଜନ ମହାନ୍ତି ଓ ନିହାର ରଞ୍ଜନ ମିଶ୍ର ଉପସ୍ଥିତ ରହିଥିଲେ। ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଗ୍ରେଡ ଏ ଧାନର କ୍ରୟ ମୂଲ୍ୟ ୨୨୦୩ ଟଙ୍କା ଓ ଏଫ୍ ଏକ୍ୟୁ ଧାନ ୨୧୮୩ ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରଥମ ଦିନରେ ବଡଦେଉଳୀ ପଞ୍ଚାୟତ ସରାଶପୋଷୀ ଗାଁର ଚାଷୀ କାଇରା କୁଦାଦା, ମହେନ୍ଦ୍ର ନାଥ ମହାନ୍ତଙ୍କ ଧାନ କ୍ରୟ କରାଯାଇଥିଲା। ଧାନ ସଂଗ୍ରହ ପାଇଁ ଚନ୍ଦ୍ରିକା ରାଇସମିଲ, ଗଣେଶ ରାଇସମିଲ ଓ ଶ୍ରୀ ଲକ୍ଷ୍ମୀ ରାଇସମିଲକୁ ଯୋଗାଣ ବିଭାଗ ତରଫରୁ ଅନୁମତି ପ୍ରଦାନ କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମକୁ ଲ୍ୟାମ୍ପ କର୍ମଚାରୀ ମାନସ ରଞ୍ଜନ ମହାନ୍ତ, ପ୍ରଶାନ୍ତ ସାହୁ, ଅମିତ କୁମାର ନାଏକ, ଲୋପାମୁଦ୍ରା ପୃଷ୍ଟି ଓ ଜାପାନ ଗିରି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।


