ପାଞ୍ଚପୀଢ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ସ୍ଥିତ ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ’ କ୍ରୀଡ଼ା ଓ ସାଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ କ୍ରୀଡ଼ା,ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେଵା ଆଦି ପ୍ରତିଯୋଗିତା ୬ ତାରିଖ ଠାରୁ ଶୁଭାରମ୍ଭ ହୋଇଛି। ଏହି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପ୍ରତିଯୋଗିତାର କ୍ରୀଡ଼ା ବିଭାଗ ପ୍ରତିଯୋଗିତା ଆଜି ବିଦ୍ୟାଳୟ ଅଧ୍ୟକ୍ଷ ଉମେଶ ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ଏନଏସି ର ଉପ ନଗରପାଳ ସ୍ୱରୂପ ପରିଜା, ସମ୍ମାନୀତ ଅତିଥି ରୂପେ ପାଞ୍ଚପିଢ଼ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଣତି ବାରିକ, ବରିଷ୍ଠ ଅଧ୍ୟାପକ ଦିଲ୍ଲୀପ କୁମାର ପୃଷ୍ଟି ଉପସ୍ଥିତିରେ ଆୟୋଜିତ ହୋଇଯାଇଛି। ଅଧ୍ୟାପକ ମାନସ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାରେ +୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସାହିତ୍ୟି ଓ ସଂସ୍କୃତି ଉପରେ ଆଧାରିତ ସମାଲୋଚନାତ୍ମକ କବିତାରେ ରୁକ୍ମଣୀ ମହାନ୍ତ,ପୂଜାରାଣୀ ମହାନ୍ତ ଓ ସସ୍ମିତା ବାରିକ୍ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏକକ ସଂଗୀତରେ ପୁଷ୍ପା ତିଉ, ଲକ୍ଷ୍ମୀରାଣୀ ଦାସ ଓ ପ୍ରିୟଦର୍ଶିନୀ ନାଏକ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଓଡିଆ ବକ୍ତୃତା ରେ ରେଖାରାଣୀ ମହାକୁଡ଼, ମମତା ନାଏକ ଓ ଜାନୁଆରୀ ଚାତାର, ଚିତ୍ରାଙ୍କନ ରେ ପୂଜାରାଣୀ ନାଏକ ବର୍ଷା ରାଣୀ ମହାନ୍ତ ଓ ମାନି ବାଣ୍ଡିଆ, ସାହିତ୍ୟ ପଠନ ଓ ଆଲୋଚନା ରେ ପ୍ରିୟଦର୍ଶିନୀ ନାଏକ, ପୂଜାରାଣୀ ମହାନ୍ତ,ଓ ଯମୁନା ମାଝୀ, ଏଵଂ କଵିତା ପାଠ ରେ ବର୍ଷାରାଣୀ ମହାନ୍ତ, ପ୍ରିୟଦର୍ଶିନୀ ନାଏକ ଓ ଯମୁନା ମାଝୀ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଇତିହାସ ଵିଭାଗ ବରିଷ୍ଠ ଅଧ୍ୟାପିକା ମମତା ରାଣୀ ସାହୁ, ଗଣିତ ଅଧ୍ୟାପକ ସଞ୍ଜତ କୁମାର କର,ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଯଯାତି କିଶୋରୀ ମହାନ୍ତ, ରସାୟନ ବିଜ୍ଞାନ ଅଧ୍ୟାପକ ଶୁଭ୍ରାଂଶୁ ତ୍ରିପାଠୀ,ଗୃହ ବିଜ୍ଞାନ ଅଧ୍ୟାପିକା ଶୁଭଦର୍ଶିନୀ ଶ୍ୱେତପଦ୍ମା, ସଂସ୍କୃତ ଅଧ୍ୟାପିକା ଦିବ୍ୟଶ୍ରୀ ବାରିକ୍ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସରସ ସୁନ୍ଦର କରିବା ପାଇଁ ସହଯୋଗ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ