ଆବାସ ଯୋଜନାରେ ଘରଟିଏ ପାଇବାକୁ ହନ୍ତସନ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଘରଟିଏ ନାହିଁ ଭଙ୍ଗା ଆଜବେଷ୍ଟସରେ ବିତୁଛି ବିଧବା ଝାଲି ପାଣିଗ୍ରାହୀଙ୍କ ପରିବାର । ଆଖକୁ କିଏ ନାହିଁ କି ପାଖକୁ କିଏ ନାହିଁ ।ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ବାରମ୍ବାର ଏନଏସିର ଦ୍ୱାରସ୍ଥ ହେଉଛନ୍ତି କିନ୍ତୁ କିଛି ସୁଫଳ ପାଇପାରୁ ନାହାନ୍ତି । ସୁଚନା ଯୋଗ୍ୟ ଯେ ବାଲିଗୁଡା ଏନଏସି ଅନ୍ତର୍ଗତ ୧୨ ନମ୍ବର ଓାର୍ଡର ଗୁଳିମରାପଦା ସାହିର ବିଧବା ଝାଲି ପାଣିଗ୍ରାହୀ । ତାଙ୍କର ଝିଅ ଚାରୋଟି । ସେ ମୁଲଲାଗି ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ଚାରୋଟି ଝିଅମଧ୍ୟରୁ ଦୁଇଝିଅବିବାହିତା ଓ ଆଉ ଦୁଇ ଝିଅମଧ୍ୟରୁ ଜଣେ ଯୁକ୍ତତିନି ବିଜ୍ଞାନ ଛାତ୍ରୀ ହୋଇଥିବା ବେଳେ ଆଉ ଜଣେ ଝିଅଦଶମ ଶ୍ରେଣୀରେ ପଢୁଛନ୍ତି । ତାଙ୍କରି ଗୋଇଟିଏ ଭଙ୍ଗା ଆଜେବଷ୍ଟସ ଘରଟିଏ ରହିଛି । ଗୋଟିଏ ବଖରା ରହିଥିବା ବେଳେ ରୋଷେୟୀ ବାରିରେ କରୁଛନ୍ତି । ଦିନରେ ସୁର୍ଯ୍ୟ ଓ ରାତିରେ ଜହ୍ନତାରା ଦେଖାଯାଉଛି ବର୍ଷାଦିନରେ ପାଣି ଗଳୁଛି,ବହୁ କଷ୍ଟରେ ସେହି ଭଙ୍ଗା ଦଦରା ଘରେ ଚଳୁଛନ୍ତି । ଆବାସ ଯୋଜନାରେ ଘରଟିଏ ପାଇବା ଆଶାରେ ବାରମ୍ବାର ଏନଏସିର ଦ୍ୱାରସ୍ଥ ହେଉଛନ୍ତି । କିନ୍ତୁ ତାଙ୍କ ଗୁହାରୀ କେହିବି ଶୁଣୁ ନାହାନ୍ତି । ଗୁହାରି ନଶୁଣିବାରୁ ସେ ବାଲିଗୁଡା ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ଉପଜିଲ୍ଲାପଳଙ୍କ ପାଖରେ ମଧ୍ୟ ଗୁହାରୀ କହିଥିଲେ । ଏହାପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ଉପଜିଲ୍ଲାପାଳଙ୍କ ଦପ୍ତରରୁ ୨୦୨୩ଏପ୍ରିଲ ମାସ ୧୭ ତାରିଖରେ ଝାଲି ପାଣିଗ୍ରାହୀଙ୍କୁ ଏକ ଚିଠି ନମ୍ବର ୧୭୫୫ରେ ଯାଇଥିଲା ଯେ ଆପଣଙ୍କ ଦ୍ୱାରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲକରାଯାଇଥିବା ଅଭିଯୋଗ ପତ୍ରଟିକୁ ବାଲିଗୁଡା ଏନଏସି କାର୍ଯ୍ୟାନିର୍ବାହୀ ଅଧିକାରିଙ୍କ ପାଖକୁ ତଦନ୍ତ ନିମନ୍ତେ ପ୍ରେରଣ କରାଯାଇଥିଲା ,କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ଆପଣ ଆବାସ ଯୋଜନା ପାଇବାକୁ ଯୋଗ୍ୟ ବିବେଚିତ ଅଛନ୍ତି ।ଆପଣ ଦେଇଥିବା ଦରଖାସ୍ତଟି ଏନଏସିରେ ଉପଲବ୍ଧ ଅଛି ଯାହାକି ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ସମୟରେ ବିଚାରକୁ ନିଆଯିବ । ଏହାପରେ ଝାଲି ପାଣିଗ୍ରାହୀ ଆବାସ ମିଳିଯିବ ଭାବି ପୁଣି ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟରୁ ପାଇଥିବା ଚିଠିକୁ ଧରି ଏନଏସି କାର୍ଯ୍ୟାଳୟକୁ ବାରମ୍ବାର ଗଲେବି କେହି ଗୁହାରୀ ଶଣୁନାହାନ୍ତି ଓ ଆବାସ ଦ୍ୱାୟୀତ୍ୱରେ ଥିବା ଜଣେ ଏନଏସି କର୍ମଚାରୀ କହୁଛନ୍ତି ତମେ କଣ ଉପଜିଲ୍ଲାପାଳଙ୍କ ଏହି ଚିଠିକୁ ଧରି ଆସିଲେ କଣ ଆବାସ ପାଇଯିବକି ବୋଲି କହୁଛନ୍ତି । ଝାଲି ପାଣିଗ୍ରାହୀ କହିବା ଅନୁସାରେ ତାଙ୍କୁ ଆକର୍ଷ ଭାବରେ ଆବାସ ଦିଆଯାଉନାହିଁ ଓି ତାଙ୍କୁ ଅଣଦେଖା କରାଯ।।ଉଛି ବୋଲି କହିଛନ୍ତି । ଥିବା ଲୋକଙ୍କୁ ଆବାସମିଳୁଛି କିନ୍ତୁ ଜଣେ ଅସହାୟ ବିଧବା ନାରୀ ଓ ତାଙ୍କର ପୁଣି ଚାରିଚାରିଟି ଝିଅ ଯାହାକି ଆବାସପାଇବାକୁରେଯାଗ୍ୟ ଥିଲେ ବି ତାଙ୍କୁ ଆବାସମିଳୁନି ଓ ଆବାସ ରେ ଘର ପାଇବାକୁ ଯୋଗ୍ୟ ବିବେଚିତର ଚିଠି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲେ ବି ମିଳୁନି ତାହା ଏକ ନିନ୍ଦନୀୟ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ