ନୂତନ ସେତୁ ନିର୍ମାଣ ଦାବିରେ ବିଜେପିର ରାସ୍ତାରୋକ ଆନ୍ଦୋଳନ
ନିମାପଡା, (ସନ୍ତୋଷ ଦାଶ):ନିମାପଡା-ପିପିଲି ରାସ୍ତା ସଂକୁଚିତ ହେବା ଓ କୁଶଭଦ୍ରା ନଦୀ ଉପରେ ଥିବା ସେତୁ ଟି ଦୁର୍ବଳ ହେବା ଫଳରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟିବା ସହିତ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ନିମାପଡା ର ଦୋଳବେଦୀ ଛକ ଠାରୁ ଜୟଶ୍ରୀ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଉଠା ଦୋକାନୀ ମାନେ ପସରା ମେଲାଇ ବ୍ୟବସାୟ କରୁଥିବାରୁ ସବୁଦିନ ରାସ୍ତା ଜାମ ହେଉଛି। କୁଶଭଦ୍ରା ନଦୀ ସେତୁ ଓ ନିମାପଡା ବ୍ରାଞ୍ଚ କେନାଲ ବ୍ରିଜ ଅଣ ଓସାରିଆ ଓ ଦୁର୍ବଳ ସତ୍ୱେ ନୂଆ ସେତୁ ନିର୍ମାଣ କରାନଯାଇ ମରାମତି କରା ଯାଉଥିବାରୁ ବିଜେପି ଦଳ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। କୁଶଭଦ୍ରା ନଦୀ ଉପରେ ଆଉ ଏକ ନୂତନ ସେତୁ ନିର୍ମାଣ କରିବାକୁ ଦାବି କରି ନିମାପଡା ବିଜେପି ପକ୍ଷରୁ ଜୟଗୁରୁ ଆଶ୍ରମ ପାଖରେ ରାସ୍ତାରୋକ ଆନ୍ଦୋଳନ କରାଯିବା ସହିତ ସ୍ଥାନୀୟ ପ୍ରଶାସନ ଓ ବିଧାୟକ ଙ୍କ ଉଦାସୀନତା ବିରୋଧରେ ଗର୍ଜି ଥିଲେ ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା। ଏହି ଆନ୍ଦୋଳନ ରେ କାଉନସିଲର ନିରଞ୍ଜନ ନାୟକଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ। ଖୁବ ଶୀଘ୍ର ଯଦି ନୂଆ ବ୍ରିଜ କରାନଯାଏ ତାହାଲେ ବିଜେପି ରାଜ ରାସ୍ତାକୁ ଓଲ୍ହାଇ ଚକା ଯାମ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ।


