ନିରାଶ୍ରୟ ସେବାଶ୍ରମ କୁ ଶ୍ରେଷ୍ଠ ସମାଜ ସେବା ସମ୍ମାନ
ନିମାପଡ଼ା, (ସନ୍ତୋଷ ଦାଶ):ନିଆଳି ମାଧବ ର ସ୍ବେଛାସେବୀ ସଂଗଠନ ନିରାଶ୍ରମ ସେବାଶ୍ରମ ଗତ ୩/୪ ବର୍ଷ ଧରି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଓ ନିଆଳି ବ୍ଲକ ଅଞ୍ଚଳ ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଛି।ସବୁଜ ବଳୟ ସୃଷ୍ଟି ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ନିରାଶ୍ରୟ ଯୁବକ ଯୁବତୀ ଙ୍କୁ ସାହାଯ୍ୟ ଓ ସେମାନଙ୍କର ବିବାହ, ବିଭିନ୍ନ ମେଳା,ଉତ୍ସବ ସ୍ଥାନ ରେ ଭକ୍ତ, ଯାତ୍ରୀ ମାନଙ୍କୁ ଦହି ପଣା ବଣ୍ଟନ, ଗ୍ରୀଷ୍ମ ଋତୁରେ ବିଭିନ୍ନ ସ୍ଥାନରେ ପଥଚାରୀ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରଭୃତି ସାମାଜିକ କାର୍ଯ୍ୟକ୍ରମ କରି ସଙ୍ଗଠନ ବେଶ ଲୋକପ୍ରିୟ ହୋଇ ପାରିଛି। ରାଜ୍ଯ ସରକାର ସଂଗଠନ କୁ ପ୍ରକୃତିବନ୍ଧୁ ସମ୍ମାନ ରେ ସମ୍ମାନୀତକରିଛନ୍ତି। ଗତ ୨୦ ତାରିଖ ଦିନ ଭୁବନେଶ୍ଵର ସ୍ଥିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଠାରେ ଫୋକସ ମିଡ଼ିଆ ହାଉସ ପକ୍ଷରୁ ଆୟୋଜିତ ପରିବାର ମହୋତ୍ସବ ପାଳନ ଅବସରରେ ଉକ୍ତ ସଂଗଠନ କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ସମ୍ମାନୀତ କରାଯାଇଥିଲା। ଫୋକସ ମିଡ଼ିଆ ହାଉସ ର ମୁଖ୍ୟ ଡଃ. ସୁଧାଂଶୁ ଶେଖର ରାଉତ, ବିଶିଷ୍ଟ ସାମ୍ୱାଦିକ ସୂର୍ଯ୍ୟମଣି ମିଶ୍ର, ମହେଶ୍ୱର ମିଶ୍ର,ଅପୂର୍ବ ପଣ୍ଡା, ଅବିନାଶ ଷଡ଼ଙ୍ଗୀ, ସୁବ୍ରତ ପତି ପ୍ରମୁଖ ନିରାଶ୍ରୟା ଅନୁଷ୍ଠାନ ର ସୁବାସ ଚନ୍ଦ୍ର ସାହୁ, ବୈରାଗୀ ସାହୁ, ଜୟରାମ ସାହୁ, ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଙ୍କୁ ଫଳକ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ। ଏହା ପରେ ଅନୁଷ୍ଠାନ କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।


