ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ବ ମେଳା ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ସୁଶ୍ରୀ ଲୋପାମୁଦ୍ରା ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆସ୍କା ସାଂସଦ ପ୍ରର୍ମିଳାବିଷୋୟୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ବିଡ଼ିଓ ମନୋଜ କୁମାର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୈ।ମ୍ୟରଞ୍ଜନ ମିଶ୍ର ମଞ୍ଚାସିନ ରହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ। ଏହି ତହସିଲ ଅନ୍ତର୍ଗତ ୧୧ଗୋଟି ରାଜସ୍ବ ସର୍କିଲ୍ ର ୮୫୦ଜଣ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ ସନ୍ତୋଷିନି ଗୌଡ଼, ଅରୁଣ ଡାକୁଆ,କୁନି ମଲ୍ଲିକ,ଡିଇଓ ସୁଶାନ୍ତ ସାହୁ , ତହସିଲ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି ଉପସ୍ଥିତ ଥିଲେ।


