ମା ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ଲୋକାର୍ପଣ ଲାଗି ଗଞ୍ଜାମ ଜିଲ୍ଲାରେ ପହଂଚିଲା ନିମନ୍ତ୍ରଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ମନ୍ଦିର ପରିକ୍ରମା ଲୋକାର୍ପଣ ର ଅଭୁତପୂର୍ବ ସଫଳତା ପରେ ଏବେ ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରଜ ପ୍ରକଳ୍ପ ଆସନ୍ତା ୨୭ ତାରିଖ ଦିନ ଲୋକାର୍ପିତ ହେବ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ନିଜ କର କମଳରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମଠ ମନ୍ଦିରକୁ ନିମନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ବୁଧବାର ଗଞ୍ଜାମ ଜିଲ୍ଲାରେ ନିମନ୍ତ୍ରଣ ପହଂଚିଛି । ସମ୍ବଲପୁର ଜିଲ୍ଲାର ମା ସମଲେଶ୍ୱରୀଙ୍କ ମନ୍ଦିରର ନୋଡାଲ ଅଫିସର ବିଚିତ୍ରାନନ୍ଦ ଆଚାରୀ ଏବଂ ମା ସମଲେଶ୍ୱରୀଙ୍କ ଦୁଇ ଜଣ ପୂଜକ ଆଜି ଗଞ୍ଜାମ ଜିଲ୍ଲାରେ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ପ୍ରାରମ୍ଭରେ ମା ସମଲେଶ୍ୱରୀ ମନ୍ଦିରରୁ ଆସିଥିବା ପୂଜକ ଓ ନୋଡାଲ ଅଫିସରଙ୍କୁ ଘଣ୍ଟ ମୃଦୁଙ୍ଗ ବଜାଇ ସ୍ୱାଗତ କରାଯିବା ପରେ ଜିଲ୍ଲାପାଳ ଶ୍ରୀ ପରିଡା ତାଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ବହୁ ମହିଳା ମାନେ ଯୋଗ ଦେଇ ଫୁଲ ପକାଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ମାନର ସହିତ ନିମନ୍ତ୍ରଣ କରାଯାଇଥିବାରୁ ମା ସମଲେଶ୍ୱରୀଙ୍କ ମନ୍ଦିରରୁ ଆସିଥିବା ପୂଜକ ଓ ନୋଡାଲ ଅଫିସର ବହୁତ ଖୁସି ଜାହିର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ