କାଗଜ ପଟିରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରାମମନ୍ଦିର କଳାକୃତ୍ତି

ହାଟଡିହି, (ବିକାଶ ବିଶ୍ୱାଳ ) : ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ପାଇଁ ଏବେ ସାରା ଭାରତରେ ଉତ୍ସବର ଲହରୀ ଖେଳି ଯାଇଥିବାବେଳେ ହାଟଡିହି ବ୍ଲକ ଶଙ୍ଖୋ ଗ୍ରାମରେ ଜଣେ ଛାତ୍ର କାଗଜ ପଟିରେ ରାମମନ୍ଦିର ର କଳାକୃତି ନିର୍ମାଣକରି ଚର୍ଚ୍ଚାରେ ରହିଛନ୍ତି । ଶଙ୍ଖୋ ଗ୍ରାମର କାହ୍ନୁ ଚରଣ ମିଶ୍ର ଓ ସସ୍ମିତା ମିଶ୍ରଙ୍କ ପୁଅ ପୀୟୁସ ରଞ୍ଜନ ମିଶ୍ର ଜପିଦାସ ବିଦ୍ୟାମନ୍ଦିର ବଡରମ୍ପାସର ୯ମ ଶ୍ରେଣୀରେ ପଢ଼ୁଥିବାବେଳେ ଏହି ଛାତ୍ର ଜଣକ କାଗଜ ପଟିରେ ରାମମନ୍ଦିରର ସୁନ୍ଦର କଳାକୃତ୍ତି ନିର୍ମାଣ କରିଛନ୍ତି । ସେ ପୁର୍ବରୁ ମଧ୍ୟ ଜଗନ୍ନାଥଙ୍କ ଏକ ଭବ୍ୟ ରଥ ନିର୍ମାଣ କରି ଚର୍ଚ୍ଚାରେ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ