ଭୌମ ଏକାଦଶୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ମାଧବ ମନ୍ଦିର ରେ ଠାକୁର ଙ୍କ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦ ତାରିଖ ଭୌମ ଏକାଦଶୀ ତିଥିରେ ଅନୁଷ୍ଠିତ ହେବ।ଏହି ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହେବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଥିଲା। ହେଡ଼ଟାରୀ ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ (ବାବୁ) ଙ୍କ ଆବାହକତ୍ଵ ରେ ଅନୁଷ୍ଠିତ ଉକ୍ତ ପ୍ରସ୍ତୁତି ବୈଠକ ରେ ପୁରୀ ଶ୍ରୀ ମନ୍ଦିର ର ଦଇତାପତି ସେବକ ବିଶ୍ଵାବସୁ ବିନାୟକ ଦାସ ମହାପାତ୍ର, ଦଇତାପତି ରାମକୃଷ୍ଣ ମହାପାତ୍ର, ମାଧବ ବିକାଶ ପରିଷଦ ର ଅଧ୍ୟକ୍ଷ ତ୍ରିଲୋଚନ ପୁଷ୍ପାଳକ, ପୁର୍ବତନ ବିଧାୟକ ବେଣୁଧର ସେଠୀ, ନ୍ୟାୟବ୍ରତ ରାଉତ, ଗବେଷକ ହଂସନାଥ ସାହୁ, ବିରଞ୍ଚି ନାରାୟଣ ପାତ୍ର, ଲକ୍ଷ୍ମୀଧର ମହାପାତ୍ର, ସମିତି ସଭ୍ୟ କେଦାରନାଥ ବେହେରା, ଲକ୍ଷ୍ମୀଧର ପ୍ରଧାନ,ସତ୍ୟନାରାୟଣ ସେନାପତି, ହରି ହରା ନନ୍ଦ ଆଶ୍ରମ ର ପରିଚାଳକ, ଯାଦବ ମହାସଂଘ ର କର୍ମକର୍ତ୍ତା, ସେବକ ସମିତି କର୍ମକର୍ତ୍ତା ଯୋଗ ଦେଇ ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହେବ ସେ ନେଇ ସବିଶେଷ ଆଲୋଚନା କରିଥିଲେ। ମନ୍ଦିର ରେ ସେଦିନ ପ୍ରବଚନ, ଭଜନ, ସଙ୍କୀର୍ତ୍ତନ, ପାଲା,
ଲଉଡି ଖେଳ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା।


