କେନ୍ଦୁଆପଦା ରେଳ ଓଭରବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ବନ୍ତ ବ୍ଲକ ଅଧିନ ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦା ଠାରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୭୨ କୋଟି ୨ ଲକ୍ଷ ୯୪ ହଜାର ୪ ଶହ ୨ ଟଙ୍କା ଅଟକଳ ମୂଲ୍ୟରେ ନିର୍ମିତ ହେବାକୁ ଥିବା ରେଳ ଓଭର ବ୍ରିଜ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆୟୋଜିତ ଉତ୍ସବରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ପୂର୍ବତନ ବିଧାୟକ ମୁକ୍ତକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ବିଜେପିର ପୂର୍ବତନ ସଂଗଠନ ମହାମନ୍ତ୍ରୀ ତଥା ଯାତ୍ରୀ ସୁରକ୍ଷା ସମିତିର ସଭ୍ୟ ପଞ୍ଚାନନ ରାଉତ, ନାଗରିକ ସୁରକ୍ଷା ମଞ୍ଚର ସଭାପତି ଶ୍ରୀବତ୍ସ କରଶର୍ମା, ବିଡିଓ ପ୍ରଦୀପ କୁମାର ସେଠୀ, ଆଶ୍ରୟାନନ୍ଦ ମହାରାଜ, ବିଜେପିର ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ବରିଷ୍ଠ ନେତା ସୁଧାଂଶୁ ନାୟକ, ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ ଯୋଗ ଦେଇଥିଲେ । ଭଦ୍ରକର ଟି.ଟି.ଆଇ ମହେଶ୍ୱର ପତି ମଂଚ ପରିଚାଳନା କରିଥିବା ବେଳେ ଯାଜପୁରରୋଡ ରେଲୱେର ଏ.ଇ.ଏମ୍ ନିଗମାନନ୍ଦ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ପୂର୍ବତନ ଜିଲା ପରିଷଦ ସଭ୍ୟ ରବିନ୍ଦ ଦାସ, ପ୍ରଣବ କିଶୋର ଲେଙ୍କା, ଅକ୍ଷୟ ଦାସ, ଜୟନ୍ତ କୁମାର ସାମଲ, କମଳାକାନ୍ତ ସାହୁ, ଶଙ୍କର୍ଷଣ ଜେନା, ସୁଧିର କୁମାର ନାୟକ, ପତଞ୍ଜଳୀ କରଶର୍ମା, ବାମଦେବ ଦାସ, ଗିରିଧାରୀ ସାହୁ, ସୁବାଷ ପାତ୍ରଙ୍କ ସମେତ ବହୁ ବିଜେଡି ଓ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦା ରେଲୱେ କ୍ରସିଂ ଠାରେ ଲୋକମାନେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସମୟ ଧରି ଯାନବାହନ ଅଟକି ରହୁଥିଲା । ଏଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ବିଜେପି ନେତା ମନମୋହନ ସାମଲଙ୍କ ଉଦ୍ୟମରେ ପ୍ରଥମେ ନାଗରିକ ସୁରକ୍ଷା ମଂଚ ସମେତ କେନ୍ଦୁଆପଦା ଅଂଚଳବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଏହି ଆନ୍ଦୋଳନକୁ ଜୋରଦାର କରାଯାଇଥିଲା । ପରେ ବିଜେପି ନେତା ମନମୋହନ ସାମଲ, ବଦ୍ରୀ ନାରାୟଣ ଧଳ, ପଞ୍ଚାନନ ରାଉତ ପ୍ରମୁଖ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରି କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇବା ସହ ଏଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବୀ କରିଥିଲେ । ଯାହାହେଉ ଆଜି ଏହି ଓଭର ବ୍ରିଜ୍ ନିର୍ମାଣ ହେବା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ହଜାର ହଜାର ଯାତ୍ରୀ ସୁବିଧା ପାଇବେ ବୋଲି ଅଂଚଳବାସୀ କହିଛନ୍ତି । ସେହିପରି ଏଠାରେ ଦ୍ରୁତଗାମୀ ଟ୍ରେନ ରହଣୀ ଓ ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ନାଗରିକ ସୁରକ୍ଷା ମଂଚ ଉପସ୍ଥିତ ନେତୃତ୍ୱଙ୍କ ଠାରେ ଦାବୀ ରଖିଥିଲା । ଏଥିସହ ମଞ୍ଜୁରୀରୋଡ ଠାରେ କିପରି ତୁରନ୍ତ ଓଭର ବ୍ରିଜ୍ ନିର୍ମାଣ ହେବ ସେନେଇ ଉଭୟ ବିଜେଡି ଓ ବିଜେପି ନେତା ମାନେ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ