ସମାଜସେବୀ ସ୍ୱର୍ଗତ ଅଭିରାମ ବେହେରାଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଗ୍ରାମର ସମାଜସେବୀ ସ୍ୱର୍ଗତ ଅଭିରାମ ବେହେରାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଟ୍ୟକାର ଡଃ.ସୁଧାଂଶୁ ଶେଖର ନାୟକ, ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ବନ୍ତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷକ ରମାକାନ୍ତ ଜେନା, ସଞ୍ଜୟ ମଜୁମଦାର, ଆଲୋକ ମୁଖାର୍ଜୀ ଯୋଗ ଦେଇ ସ୍ୱର୍ଗତ ବେହେରା ଜଣେ ଅନୁଷ୍ଠାନପ୍ରେମୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ବନ୍ତରେ ଆଞ୍ଚଳିକ ମହାବିଦ୍ୟାଳୟ, ହାଇସ୍କୁଲ, ବାଳିକା ହାଇସ୍କୁଲ, ବ୍ଲକ, ତହସିଲ, ସବ୍ରେଜିଷ୍ଟ୍ରି ଅଫିସ ଆଦି ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଥିଲା ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଡ ପୁଅ ଅନ୍ତର୍ଯ୍ୟାମୀ ବେହେରା, ସୁଦର୍ଶନ ବେହେରା, ଝିଅ ଶାନ୍ତିଲତା ବେହେରା ବାପାଙ୍କର ଅଭୁଲା ସ୍ମୃତି ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀଙ୍କ ସମେତ ପୁତ୍ର, ପୁତ୍ରବଧୁ, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ ।