ନମାମି ମନ୍ଦାକିନୀ ମହୋତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ପରି ଚଳିତ ବର୍ଷ ଓଡିଶା ନାଗରିକ ମହାମଞ୍ଚ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି, ପବିତ୍ର ହନୁମାନ ଜୟନ୍ତୀ ଅବସରରେ ନମାମି ମନ୍ଦାକିନୀ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେବ. ଏହାର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରି କହିଛନ୍ତି ଯେ ଉତ୍କଳ ର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, କ୍ରୀଡା ପ୍ରମୁଖ କୁ ନେଇ ଏହା ହେବା ସହିତ ମହାପୁରୁଷ ଙ୍କ ବୀର ଗାଥା ସମ୍ପର୍କ ରେ ଆଲୋଚନା କରାଯିବ. ଏଥି ସହିତ ସମାଜରେ ଉଲେଖନୀୟ କାର୍ଯ୍ୟ ପାଇଁ ସାରସ୍ୱତ ପ୍ରତିଭା ଧାରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ. ବହୁ ବିଶିଷ୍ଟ ବ୍ୟକ୍ତି, ସଂଗଠନ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଯୋଗ ଦେବେ ବୋଲି ଅଧ୍ୟକ୍ଷ ଏକ ପ୍ରେସ ବାର୍ତ୍ତା ରେ ମତବ୍ୟକ୍ତ କରିଛନ୍ତି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି


