ପାରଳାରେ ବିଜେଡ଼ିକୁ ଶକ୍ତ ଝଟକା ବିଜେଡି ଛାଡି ବିଜେପିରେ ଯୋଗଦେଲେ ଏନଏସି ଅଧ୍ୟାକ୍ଷା ଓ ବହୁ କର୍ମୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରୁ ଦୀର୍ଘଦିନର ସମ୍ପର୍କ ତୁଟାଇ ଏନଏସି ଅଧକ୍ଷା ନିଜର ସମସ୍ତ ସମର୍ଥକ, କର୍ମୀ ଓ ନେତାଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି. ନିର୍ବାଚନ ପାଖେଇ ଆସୁଥିବାବେଳେ ଏହା ବିଜେଡିକୁ ଏକ ଶକ୍ତ ଝଟକା ଦେଇଥିବା ରାଜନୈତିକ ବିଶାରଦମାନେ ମତ ପ୍ରକାଶ କରିଛନ୍ତି. ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗତକାଲି କାଶୀନଗର ଏନଏସି ଅଧ୍ୟାକ୍ଷା ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଛନ୍ତି | ପୂର୍ବରୁ ଏକ ସପ୍ତାହ ହେଲା ଯାହା ଚର୍ଚ୍ଚା ହେଉଥିଲା ଓ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା କି କାଶୀନଗର ଏନଏସି ବିଜେଡ଼ିରେ ବିସ୍ପୋରଣ ହେବ! ତାହାହିଁ ହେଲା ସତ୍ୟ. ଗତକାଲି ସନ୍ଧ୍ୟାରେ କାଶୀନଗର ତ୍ରିନାଥ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି ବିସ୍ପୋର ଣ ଦେଖିବାକୁ ମିଳିଛି. ସମସ୍ତ ନେତା ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଛନ୍ତି | ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ପାରଳା ବିଧାୟକ କେ.ନାରାୟଣ ରାଓ, ପୂର୍ବତ୍ସନ ବ୍ଲକ ଅଧ୍ୟକ୍ଷ ଶୀତ୍ରୀ ସୀମାଦ୍ରୀ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ନଳିନୀ କାନ୍ତ ପାତ୍ର, ଓ ବହୁ ଦଳୀୟ କର୍ମୀ ଭାଗ ନେଇଥିଲେ | ଟାଉନ ବିଜେପି ସଭାପତି ଭି ଚେଲାପତିଙ୍କ ଦ୍ୱାରା ଆଦୃତ ଏହି ବୈଠକରେ କାଶୀନଗର ଏନଏସି ଅଧ୍ୟାକ୍ଷା ଏମ ସୁଧାରଣୀ ସବୁଜ ଉତ୍ତରୀୟ ଛାଡି ଗେରୁଆ ଉତ୍ସରୀୟ ଧାରଣ କରିଥିଲେ, ଏହାଙ୍କ ସହ ଖଣ୍ଡାବା ନାଏବ ସରପଞ୍ଚ ରକମ ସତୀଶ ମଧ୍ୟ ବିଜେଡ଼ି ଛାଡି ବିଜେପି ରେ ସାମିଲ ହୋଇଛନ୍ତି | ଅଧ୍ୟାକ୍ଷାଙ୍କ ପୁଅ ତଥା ଯୁବ ନେତା ଏମ ପ୍ରବୀଣ କୁମାରଙ୍କ ସହ ଦୁଇ ଡଜନ ରୁ ଅଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି| ବିଜେପି ବିଧାୟକ ଶ୍ରୀ ରାଓ ଦଳ ଆହୁରି ସକ୍ରିୟ ଓ ସୁଦୃଢ ହେବ ବୋଲି କହିଛନ୍ତି | ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ଏହି ମିଶ୍ରଣକୁ ନେଇ କହିଛନ୍ତି ଏଠାରେ ଡବଲ ଇଂଜିନ ସରକାର ନିଶ୍ଚିତ.


