ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ୧୧୧ ତମ ଜୟନ୍ତୀ ପାଳିତ

ଖଲ୍ଲିକୋଟ: (ସିଲୁ ବିଶ୍ଵାଳ ) ଓଡ଼ିଶାର ବିଖ୍ୟାତ ତଥା ଖଲ୍ଲିକୋଟରେ ଜନ୍ମିତ ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ୧୧୧ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଶରତବିଥି ଠାରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ଖଲ୍ଲିକୋଟ ବିଧ୍ୟାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ଡିତ ଲକ୍ଷ୍ମୀନାରାୟଣ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅରୋବିନ୍ଦ ସାଧକ ଭାଗୀରଥି ମହାପାତ୍ର, ସ୍ଥାନୀୟ ଆର୍ଟ କଲେଜର ଅଧ୍ୟକ୍ଷ ଜୟନ୍ତ ମହାପାତ୍ର, ପ୍ରବକ୍ତା ଗ୍ୟାନାନନ୍ଦ ସାଗର , ବାଇକୋଳି ସ୍ମୃତି ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ରଥ, ସମ୍ପାଦକ ଜଗଦୀଶ ପାଳ ପ୍ରମ୍ମୁଖ ମଂଚାସୀନ ଥିଲେ । ଏହିଁ ଉତ୍ସବରେ ଶିକ୍ଷକ ପ୍ରାଭାତ କୁମାର ମିଶ୍ର ସଂଯୋଜନା କରିଥିବା ବେଳେ ସିଆରସିସି ପ୍ରଦୀପ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଅତିଥି ମାନେ ନିଜନିଜ ବକ୍ତବ୍ୟ ମାଧ୍ୟମରେ ଜ୍ୟୋତିଷ ବିଶାରଦ ପଣ୍ଡିତ ବାଇକୋଳିଙ୍କ ନାମରେ ଏକ ପ୍ଲାଣିଟୋରିମ ପ୍ରତିଷ୍ଠା କରିବା ପାଇଁ ଦାବି କରିବା ସହ ରାଜ୍ୟ ସରକାର ପଣ୍ଡିତ ବାଈକୋଳିଙ୍କ ଜୟନ୍ତୀ ଉତ୍ସବକୁ ରାଜ୍ୟ ସ୍ତରରେ ପାଳନ କରନ୍ତୁ ବୋଲି ମତ ପ୍ରକାଶ କରିଥିଲେ । ଏହିଅବସରରେ ମୁଖ୍ୟବକ୍ତା ତଥା ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ଡିତ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ଚଳିତ ବର୍ଷର ବାଇକୋଳି ସମ୍ମାନ ପ୍ରଦାନ କରାଯାଇଥିଲା ।ଏହାସହ ପଣ୍ଡିତ ବାଇକୋଳିଙ୍କ ଜୀବନୀ ସଂପର୍କରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ବାଇକୋଳି ସ୍ମୃତି ପରିଷଦ ତରଫରୁ ପୁରସ୍କାର ବିତରଣ କରାଯାଇଥିଲା । ଆୟୋଜିତ ଜୟନ୍ତୀ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ଗଂଗାଧର ଖୁଣ୍ଟିଆ, ଯୁବ ସମାଜସେବୀ ଦୈତାରୀ ବେହେରା, ରତ୍ନାକର ସାହୁ, ପୂର୍ଣଚନ୍ଦ୍ର ବେହେରା, ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ, ବିଜୟ କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ କିଶୋର କୁମାର ସିଂ, ଚନ୍ଦ୍ରଶେଖର ପଟ୍ଟନାୟକ, ଆର୍ଟ କଲେଜ ଅଧ୍ୟାପକ ପ୍ରମୋଦ କୁମାର ମଲ୍ଲିକ, ବିପିନ ଚନ୍ଦ୍ର ସେଠି ଏବଂ ପଣ୍ଡିତ ବାଇକୋଳିଙ୍କ ସୁପୁତ୍ର ଡାକ୍ତର ହରପ୍ରସାଦ ମାହାପାତ୍ର, ଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ସମେତ ଖଲ୍ଲିକୋଟର ବହୁ ବୃଦ୍ଧିଜୀବି ଓ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ