ବଂଶଧାରା ନଦୀରେ ବୁଡ଼ି ଜଣେ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଏନ୍ଏସି ଶ୍ରୀରାମ କଲେଜ ନିକଟ ବଂଶଧାରା ନଦୀରେ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ପାସୂପୁ ରେଡ୍ଡୀ ବୁଚି (४०)। ବୁଚି ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ନଦୀରେ ବୁଡ଼ି ଯାଇଥିଲେ। ସାହିବାସିନ୍ଦା ତାଙ୍କୁ ଉଦ୍ଧାର କରି ଥିଲେ ମଧ୍ୟ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା. କାଶୀନଗର ଥାନା ଅଧିକାରୀ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଜୟକୁ ପଠାଇ ଦେଇଛନ୍ତି । କାଶୀନଗର ଥାନାରେ ଅପମୃତ୍ୟୁ ମାମଲା ପଞ୍ଜୀକୃତ ହୋଇଥିବା ଏସ୍ଆଇ ମନୋଜ ପାଢ଼ୀ ସୂଚନା ଦେଇଛନ୍ତି।


