ମନ୍ତ୍ରୀ ହେବାପରେ ଇଂ ଗଣେଶ ରାମସିଂ ଖୁଣ୍ଟିଆ ଙ୍କ ମା କ୍ୱିଚକେଶ୍ବରୀ ଙ୍କ ଦର୍ଶନ ଓ ପୂଜାର୍ଚନା
କରଞ୍ଜିଆ, (ଜିତେନ୍ଦ ରାଜ):ରାଜ୍ୟ ରେ ବିଜେପି ବହୁମତ ପାଇ ସରକାର ଗଠନ କରିବା ପରେ ଯଶିପୁର ବିଧାୟକ ଇଂ ଗଣେଶ ରାମସିଂ ଖୁଣ୍ଟିଆ ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇଥିଲେ ମନ୍ତ୍ରୀପଦ ର ଶପଥ ଗ୍ରହଣ ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ଶ୍ରମ ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ପ୍ରଥମଥର ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ସେ ଆଜି ମୟୁରଭଞ୍ଜ ର ଅଧିଷ୍ଠାତ୍ରୀ ଦେବୀ ମା କ୍ୱିଚକେଶ୍ବରୀ ଙ୍କ ଦର୍ଶନ ଓ ପୂଜାର୍ଚନା କରିଛନ୍ତି ମନ୍ଦିର ରେ ପହଂଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧକ୍ଷ ତଥା ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ମନ୍ଦିର ପରିଛା ଅଜୟ କୁମାର ସାହୁ, ମନ୍ଦିର ପୂଜକ ଦିଲ୍ଲୀପ ପାଣିଗ୍ରାହୀ, ଧିରେନ ଭୋଇ, ଖିଚିଂ ସରପଞ୍ଚ ଅଙ୍କିତା ବେହେରା ପ୍ରମୁଖ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ମନ୍ଦିର ରେ ଗର୍ଭଗୃହ କୁ ଯାଇ ସେ ମାଆ ଙ୍କ ଆଳତି ଓ ପୂଜା କରିଥିଲେ ମାଆଙ୍କ ଦର୍ଶନ ପରେ ମନ୍ଦିର ପରିସରରେ ଥିବା ଶିବ ମନ୍ଦିର ରେ ପୂଜାର୍ଚନା କରିଥିଲେ ଉପସ୍ଥିତ ଉପଜିଲ୍ଲାପାଳ ଓ ପରିଛା ଙ୍କ ସହିତ ମନ୍ଦିର ସମ୍ପର୍କ ରେ କିଛିସମୟ ଆଲୋଚନା କରିଥିଲେ ମନ୍ଦିର ରେ ଦର୍ଶନ ପରେ ପଥର ଶିଳ୍ପୀ ଙ୍କ ପ୍ରସିଦ୍ଧ ଗାଁ କେସନା ଯାଇ ସେଠାରେ ରଜ ଉତ୍ସବ ରେ ଯୋଗଦେଇଥିଲେ କାର୍ଯ୍ୟକ୍ରମ ପରେ ପଥର ଶିଳ୍ପୀ ଙ୍କ ସହିତ ତାଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା କରି ଯଥା ସମ୍ଭବ ସହାୟତା ଓ ସହଯୋଗ ର ପ୍ରତିଶୃତି ଦେଇଥିଲେ ଆସିବା ବାଟରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଙ୍କୁ ଗ୍ରାମବାସୀ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ଦେଖିବାକୁ ମିଳିଥିଲା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ଙ୍କ ସହିତ ଜିଲ୍ଲା ଉପସଭାପତି ବିପିନ ବିହାରୀ ମହାନ୍ତ, ଚନ୍ଦନ କୁମାର ମହାନ୍ତ, ଚକ୍ରଧର ମହାନ୍ତ, ରତିକାନ୍ତ ସିଂ କଟିଆର, ଧରଣୀଧର ବାରିକ, ହିମାଂଶୁ ମହାନ୍ତ, ଅଂଶୁମାନ ମହାନ୍ତ, ହିମାଂଶୁ ଭଞ୍ଜଦେଓ, ରଞ୍ଜନ ଦଳେଇ, ରୋହିତ ବୈଦ୍ୟ, ଜୟଦ୍ରଥ ଗିରି, ପୁର୍ଣ ଚାତାର, ପରମେଶ୍ୱର ଘଡେଇ ଙ୍କ ସହିତ ଶତାଧିକ ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ


