ଚରିତ୍ର ପ୍ରମାଣପତ୍ର ଦେବା ପାଇଁ ଅର୍ଥ ଆଦାୟ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କଣ୍ଡକ୍ଟ ବା ଚରିତ୍ର ପ୍ରମାଣପତ୍ର ଦେବା ନିମନ୍ତେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟର ଦଶମ ପାସ୍ କରିଥିବା ଛାତ୍ରୀଙ୍କୁ ଏହି ପ୍ରମାଣପତ୍ର ଦେବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟଙ୍କା ମାଗିଥିଲେ | ଯଦି କେହି ଅର୍ଥ ନ ଦିଅନ୍ତି ତେବେ ତାଙ୍କ ଚରିତ୍ର ପ୍ରମାଣପତ୍ରରେ ଖରାପ ଲେଖାଯିବା ଏବଂ ଅର୍ଥ ଦେଲେ ଭଲ ଲେଖାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ I ହେଲେ ଛାତ୍ରୀ ଜଣକ କିଛି ଅର୍ଥ ନ ଦେବାରୁ ତାଙ୍କ ଚରିତ୍ର ଖରାପ ବୋଲି ଲେଖା ଯାଇଥିବା ପ୍ରମାଣପତ୍ର ଦେଇଥିଲେ। ଛାତ୍ରୀ ଜଣକ ଉକ୍ତ ବିଷୟ ବାପା ମାଙ୍କୁ ଜଣାଇ ଜଣାଇଥିଲେ | ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏସମ୍ପର୍କରେ ପଚାରିଥିଲେ। ଘଟଣା ହୋଇଯିବା । ପରେ ଶିକ୍ଷୟିତ୍ରୀ ଜଣକ ଗକ ସେମାନଙ୍କୁ ସେ ବୁଝାସୁରା କରି ଠିକ ପ୍ରମାଣପତ୍ର ଦେଇଥିବା ଜଣାପଡ଼ିଛି। ଘଟଣା କେବଳ ଗୋଟିଏ ଛାତ୍ରୀଙ୍କ ପ୍ରତି ହୋ ହୋଇନାହିଁ । ଦଶମ ପାସ କରିଥିବା ଅନେକ ଛାତ୍ରଛାତ୍ରୀଙ୍କଠା ଠାରୁ ଏହିପରି ଅର୍ଥ ଆଦାୟ କରି ଘଟଣାକୁ ପ୍ରମାଣପତ୍ର ଦିଆଯାଇଥିବା । ଅଭିଯୋଗ ହୋଇଛି। ଉକ୍ତ ଘଟ ନେଇ କାଶୀନଗର ଗୋଷ୍ଠୀ ଷୀ ଶିକ୍ଷା ଅଧୂକ ଧୂକାରୀଙ୍କୁ ପଚରାଯିବାରେ ସେ ଘଟଣା ବିଷୟରେ ଅବଗତ ନ ଥୂବ ଥ୍ବା କହିଥିଲେ I ପରବର୍ତ୍ତୀ ସମୟରେ ଘ ଘଟଣାର ତଦନ୍ତ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ର ତ୍ରୀଙ୍କ ବିରୋଧରେ ଦୃଢ଼ ଦୃଢ଼ କାର୍ଯ୍ୟାନୁଷ୍ଠାନ ଷ୍ଠାନ ଗ୍ରହଣ କରାଯି ନରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ କ୍ଷରେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦୃଷ୍ଟି ଦେବା ସହ ଉଚିତ୍ ଚିତ୍ ପଦକ୍ଷେପ ଗ୍ରହଣ କରିବା ନେଇ ଦାବି ହୋଇଛି।


