ବଟି ମଗାକୁ ନେଇ ମଦ ଦୋକାନରେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ,ଥାନାରେ ଲିଖିତ ଅଭିଯୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଓଡପଏଙ୍ଗା ନିକଟରେ ଥିବା ସରକାରୀ ମଦ ଦୋକାନରେ ୨ ଜଣ ଯୁବକ ଭୟଭୀତ କରି ମଦ ଦୋକାନର ମାଲିକ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ରବିବାର ବିଳମ୍ବିତ ରାତିରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗକାରୀ ରଣଜିତ ସାହୁଙ୍କ ଅଭିଯୋଗକ୍ରମେ ରାତ୍ର ପ୍ରାୟ ୯ ଘଟିକା ସମୟରେ ଏକ ମୋଟର ସାଇକେଲରେ ୨ଜଣ ଯୁବକ ମଦ ଦୋକାନ ନିକଟକୁ ଆସିଥିଲେ । ହାତରେ ଖଣ୍ଡା ଓ ବମ ଦେଖାଇ ଭୟଭୀତ କରିବା ସହିତ ଟଙ୍କା ମାଗିଥିଲେ । ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିବା ସହିତ ମାରିବା ପାଇଁ ଧମକ ଦେଇଥିଲେ । ଏପରିକି ଖଣ୍ଡାରେ ଦୋକାନକୁ ବାଡେଇବା ସହିତ ବମ ପକାଇବା ପାଇଁ ଉଦ୍ୟମ କରିଥିଲେ । ଦୋକାନ ଭିତରେ ଆମମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସି ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଡି ଆସିବା ଦେଖି ୨ଜଣ ଦୌଡି ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ପକ୍ଷରୁ ଉଭୟଙ୍କୁ କାବୁ କରାଯାଇଥିଲା । ଖଣ୍ଡା ଧରିଥିବା ଯୁବକ ଜଣକ କାନୁନଗୋସାହିର ଶୁଭମ ଦାସ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ସଂଘମିତ୍ରା ନାୟକ ପ୍ରକାଶ କରିଛନ୍ତି । ଅନ୍ୟ ଜଣେ ପୁରୀ ଜିଲ୍ଲାର ବିନୁ ଭୋଇ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ