ଦୂର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତି କଲେ ଜିଲ୍ଲାପାଳ
ହିିଞ୍ଜିଳିକାଟୁ/ ଶେରଗଡ଼, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): ଆଜିକାର ସ୍ୱାଥଁ ସର୍ବସ୍ୱ ଦୁନିଆରେ ଅଧିକାଂଶ ବ୍ୟକ୍ତି ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି, ଯେଉଁ ମାନେ ନିଜ କାମ ପାଇଁ ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ସେହି ମହାନ ବ୍ୟକ୍ତି ମାନଙ୍କ ମଧ୍ୟରୁ ପ୍ରଶାସନିକ ଦକ୍ଷ ଅଧିକାରୀ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ରବିବାର ସକାଳ ୯ଟାରେ ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ଶେରଗଡ଼ ଠାରେ ଅନୁଷ୍ଠିତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଯୋଗଦାନ କରି ଫେରୁଥିବା ବେଳେ ଶେରଗଡ଼ ଥାନା ତଥା ହିଂଜିଳିକାଟୁ ନିକଟସ୍ଥ ମାରୁଡ଼ି ଛକ ନିକଟରେ ଏକ କାର(ଓଡ଼ି୦୭ଏଲ ୬୫୭୩)ସହ ଟିଭିଏସ ଏକ୍ସଏଲ (ଓଡ଼ି୦୭କେ ୦୩୫୬)ର ଧକ୍କା ଘଟିଥିଲା । ଦୂର୍ଘଟଣାରେ ଟିଭିଏସ ଏକ୍ସଏଲ ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମର ଶିବରାମ ପ୍ରଧାନ(୧୯) ଗୁରୁତର ଆହତ ହୋଇଥିଲେ । ଯୁବକ ରାସ୍ତା ଉପରେ ପଡ଼ି ଯନ୍ତ୍ରାରେ ଛଟପଟ ହେଉଥିବା ବେଳେ ସେହି ରାସ୍ତା ଦେଇ ଗଂଜାମ ଜିଲ୍ଲାପାଳ ଫେରୁଥିଲେ । ଉକ୍ତ ଘଟଣା ଦେଖି ଅଟକିଥିଲେ ଏବଂ ତତ୍କ୍ଷଣାତ ଗାଡ଼ରୁ ଓହ୍ଲାଇ ମାନବିକତାର ପରିଚୟ ଦେଖାଇ ଆହତ ଶିବରାମଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ବସାଇ ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡ଼ାକ୍ତରଖାନାରେ ଡ଼ାକ୍ତର ଶେଖ୍ ଅନସାରୀ ଅଲ୍ଲୀ ଚିକିତ୍ସା କରିଥିଲେ । ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ଯେଉଁଭଳି ଭାବେ ମାନବିକତା ଦେଖାଇଛନ୍ତି ତାହା ଜାଣିବା ପରେ ସଦ୍ସ୍ ତାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କରି ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଖବର ପାଇ ଡ଼ାକ୍ତରଖାନାରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଥାନା ଏସଆଇ ପ୍ରଦିପ୍ତ କୁମାର ଦାଶ ପ୍ରମୁଖପଂହଚି ଥିଲେ ।