କେନ୍ଦ୍ରାପଡାରେ ଅଗଷ୍ଟକ୍ରାନ୍ତି ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ଗାନ୍ଧୀ ସ୍ମୃତିପୀଠ ଠାରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଭାରତଛାଡ ଆନ୍ଦୋଳନକୁ ମନେ ପକାଇବା ସହିତ ଆଜିର ଯୁବ ଓ ଛାତ୍ର ସମାଜକୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏହି ଅବସରରେ ଅତିଥିମାନେ ଆହ୍ୱାନ ଦେଇଥିଲେ । ସାରା ବିଶ୍ୱରେ ଯୁଦ୍ଧର ଘନଘଟା ଚାଲିଥିବା ବେଳେ ଗାନ୍ଧି ଅଧିକ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ । ସକାଳ ୬ଟାରୁ ସହର ସାରା ରାମଧୂନ ପ୍ରଚାର କରାଯିବା ସହିତ ଅଗଷ୍ଟ କ୍ରାନ୍ତି ଓ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା । ସକାଳ ୯ଟାରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ସ୍ମୃତି ପରିଷଦର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ତିନିମୁହାଣୀସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ ଅଗଷ୍ଟ କ୍ରାନ୍ତିର ଐତିହାସିକ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ସ୍ମୃତିପୀଠର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ନଗରପାଳ ସରିତା ସାହୁ, ଧିରେନ ସାହୁ, ମହମ୍ମଦ ଆକବର ଅଲ୍ଲୀ, ସ୍ମୃତି କମିଟି ସମ୍ପାଦକ ରାଜେଶ ପଣ୍ଡା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ନନ୍ଦକିଶୋର ପରିଡା, ଗୟାଧର ଧଳ, ଆଶିଷ ସେନାପତି, ସରୋଜରାଜ ସିଂହ, ମୁକ୍ତାର ଖାଁ, ଜିଲ୍ଲା ପରିଷଦ ସଦସ୍ୟ ରଶ୍ମୀରଞ୍ଜନ ରାଉତ, ପ୍ରିୟଦର୍ଶିନୀ ତରାଇ, ନିର୍ମଳା ମହାନ୍ତି, ଜ୍ୟୋତିର୍ମୟୀ ବେହେରା, ଲିଲିତା ଦାସ, ଶ୍ରୀଧର ସାମଲ, ଶୁଭାଂଶୁ ଦାସ, କାର୍ତ୍ତିକ ନାୟକ, ଆଦିକନ୍ଦ ରାଉଳ, ରବିନ୍ଦ୍ରନାଥ ରଥ, ଦେବାଶିଷ କୁବେର, ଆଲୋକ ସାହୁ, ଯଯାତି କେଶରୀ ମହାନ୍ତି, ସଙ୍ଗମ ସାମଲ, ଉପେନ୍ଦ୍ର ପ୍ରଧାନ, ଅକ୍ଷୟ ମନ୍ତ୍ରୀ, ଚିତ୍ତରଞ୍ଜନ ପୃଷ୍ଟି, ମିନତୀ ପରିଡା, ଗାନ୍ଧିବାଦୀ ଅଭିମନ୍ୟୁ ରାଉତ, ଲୋପାମୁଦ୍ରା ବାରିକ, ଫକୀର ଚରଣ ଖଟୁଆ, ମିର୍ ମୁର୍ଶିଦ୍ଦ, ସମ୍ବିଦ ଶ୍ରୀଚନ୍ଦନ, ଦିଲ୍ଲୀପ ମିଶ୍ର, ବୈଷ୍ଣବ ଚରଣ ସ୍ୱାଇଁ, ନୃସିଂହ ଚରଣ ତ୍ରିପାଠୀ, କୁଳମଣୀ ନାୟକ, ରଞ୍ଜନ ସାହୁ, ଗୌତମ ସ୍ୱାଇଁ, ଜୟପ୍ରକାଶ ଗିରି, ଅକ୍ଷୟ ମନ୍ତ୍ରୀ, କାଉନସିଲର ରମେଶ ଚନ୍ଦ୍ର ଦାସ ଓ ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ