କଣିଆରୀ – ଖଳାଗଡ଼ିଆ କେନାଲ ରାସ୍ତା ପାଲଟିଛି ମରଣଯନ୍ତ୍ରା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକର ଏକ ପ୍ରମୁଖ ରାସ୍ତା ଭାବେ ପରିଚିତ କଣିଆରୀ – ଖଳାଗଡ଼ିଆ କେନାଲ ରାସ୍ତାଟି ମରଣଯନ୍ତ୍ରା ପାଲଟି ଥିବାରୁ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହି ରାସ୍ତା ଉପରେ କଣିଆରୀ,ଖଳାଗଡିଆ, ବରଗଡିଆ, ମିଠଗାଁ, ପଦାରୁଖା, ମୋଟରାଗତିଆ, ଧରମପୁର, ସମେତ ବିଦ୍ୟାଧରପୁର, ବଉଳା ଅଞ୍ଚଳର ଲୋକମାନେ ଯାତାୟାତ କରିଥାନ୍ତି। ପୂର୍ବରୁ ଏଠାରେ ଏକ ଘୋଷରା ପୋଲ ଥିବାବେଳେ ଗତ କିଛିମାସ ତଳେ ଜଳସମ୍ପଦ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ଏଠାରେ ଏକ ପୋଲ ନିର୍ମାଣ କରାଯାଇ ଥିଲା। କିନ୍ତୁ ଠିକାଦାର ପୋଲର ଦୁଇପଟ ସଂଯୋଗୀକରଣ ରାସ୍ତାକୁ ମାଟି ପକାଇ ପଳାଇଥିବାରୁ ବର୍ଷାରେ ତାହା ଶୋଚନୀୟ ହୋଇପଡିଛି। ବାଇକ ଆରୋହୀ ମାନେ ସବୁଠାରୁ ଅଧିକ ହଇରାଣହେଉଛନ୍ତି। ଗତକାଲି ଏହି ସ୍ଥାନରେ ଦୁଇ ଦୁଇଟି ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତିି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜଳସମ୍ପଦ ବିଭାଗ କିଛି ପଦକ୍ଷେପ ନେଇନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି।


