ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଫକୀରମୋହନ ଦାସଙ୍କ ଅମ୍ଳାନ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀ ବିଚାରର ଅନୁଗାମୀ ଫକୀରମୋହନ ଦାସଙ୍କର ଅମ୍ଳାନ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପରିଚାଳନାରେ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ, ବିଶିଷ୍ଟ ଶିିକ୍ଷାବିତ୍ ପ୍ରାଧ୍ୟାପକ ମୋହନ ଚରଣ ଜେନା, ସର୍ବୋଦୟ ମଣ୍ଡଳ ରାଜ୍ୟ କମିଟି ସଭ୍ୟ କୁଳମଣୀ ରାଉତ, ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ ପ୍ରମୁଖ ଯୋଗଦେଇ ଶତାୟୁ ସଂଗ୍ରାମୀଙ୍କ ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନ ଓ ସ୍ୱାଧୀନୋତ୍ତର କାଳରେ ଗାନ୍ଧିବାଦୀ ବିଚାର ପ୍ରତି ଏକନିଷ୍ଠ ଅନୁଗତ୍ୟ ତାଙ୍କୁ ସଂଗ୍ରାମୀମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ କାଳରେ ଦେଶ ପାଇଁ ସେମାନଙ୍କର ତ୍ୟାଗ ଓ ଅକଥନୀୟ ଯାତନା ସହ୍ୟ କରିବା ପାଇଁ ଦେଶ ସେମାନଙ୍କ ପ୍ରତି ଚିରକାଳ ଅନୁଗୃହୀତ ରହିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମୀ ଦାୟାଦ ସଂଘର ଜୋନାଲ ସମ୍ପାଦକ ତୁଷାର ଘୋଷ, ରବିନ୍ଦ୍ର ପ୍ରସାଦ ଜେନା, ମୁକ୍ତାର ଖାଁ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଆଇ(ଏମ୍‌) ସମ୍ପାଦକ ଗୟାଧର ଧଳ, ଆଇନଜୀବୀ ପ୍ରଦୀପ ଦାଶ, ନିରୂପମା ଦାସ, ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ, ରଣଧୀର ଜେନା, ଅଭିମନ୍ୟୁ ରାଉତ, ମହେନ୍ଦ୍ର ପଟ୍ଟନାୟକ, ନିରଞ୍ଜନ ପରିଡା, ଶ୍ରୀଧର ମହାନ୍ତି, ଅବଧୂତ ରାଉତ ପ୍ରମୁଖ ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସଂଗ୍ରାମୀଙ୍କ କନିଷ୍ଠ ପୁତ୍ର ତଥା ଜିଲ୍ଲା ସର୍ବୋଦୟ ମଣ୍ଡଳ ସମ୍ପାଦକ ପଦ୍ମନାଭ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ