ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ପାଇଁ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଷ୍ଟେଟବ୍ୟାଙ୍କ ବାଣିଜ୍ୟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ କାର୍ଯ୍ୟାଳୟର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁ ଏହି ବୈଠକରେ ପୈାରହିତ୍ୟ କରିଥିଲେ । ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ, ଭୁବନେଶ୍ୱର ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବୈଠକ ପରିଚାଳନା କରିବା ସହିତ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ବୈଠକରେ ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରାଯିବାର ପ୍ରତିଶୃତି ପ୍ରଦାନ କରାଯାଇଥିଲା । ଦୀର୍ଘଦିନର ଦାବି କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନସାରୀ(ଚିକିତ୍ସା କେନ୍ଦ୍ର) ଖୋଲାଯାଉନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଷ୍ଟେଟବ୍ୟାଙ୍କ ଚିକିତ୍ସା କେନ୍ଦ୍ର କେନ୍ଦ୍ରାପଡା ମୁଖ୍ୟ ଶାଖାରେ ଖୋଲାଗଲେ ତିନିଶହରୁ ଅଧିକ ପେନସନ୍ ଭୋଗୀ ତଥା ଷ୍ଟେଟବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ଉପକୃତ ହୋଇପାରନ୍ତେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ନିକଟରେ ଅବସରଗ୍ରହଣ କରିଥିବା ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘର ରାଜ୍ୟ ସଭାପତି ସ୍ୱାଧୀନ କୁମାର ଦାଶଙ୍କୁ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଆଞ୍ଚଳିକ କମିଟି ପକ୍ଷରୁ ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ସ୍ୱାଗତ ଜଣାଇ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ବୈଠକରେ ପେନସନର୍ସ ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ଶରତ କୁମାର ମୁଦୁଲି, ମାଧବାନନ୍ଦ ମହାପାତ୍ର, ଦୁର୍ଯ୍ୟୋଧନ ସେଠୀ, ଅତୁଲ ଚନ୍ଦ୍ର ଗିରି, ଗୋଲକ ବିହାରି ବେହେରା, ନିତ୍ୟାନନ୍ଦ ସେଠୀ, ନଗେନ୍ଦ୍ର ନାଥ ମହାକୁଡ, ସୁବାଷ ଚନ୍ଦ୍ର ବରାଳ, ସେଖ୍ ଏସାନ ମହମ୍ମଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ