ପାରଳା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ଆଜି ପୂର୍ବତନ ବିଧାୟିକା ସ୍ବର୍ଗତ ତ୍ରିନାଥ ସାହୁଙ୍କ ୧୫ତ୍ତମ ଶ୍ରାଦ୍ଧ ଦିବସରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ବର୍ଗୀୟ ତ୍ରିନାଥ ସାହୁଙ୍କ ପ୍ରତୀମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ସହିତ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ମଧ୍ୟ ମହାତ୍ମାଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବଳିଷ୍ଠ କଂଗ୍ରେସ ନେତା କର୍ମୀ ବିଭୁତି ଭୁଷଣ ପାତ୍ର, ଅଭିମନ୍ୟୁ ପଣ୍ଡା,ବସନ୍ତ କୁମାର ପଣ୍ଡା, ଇଶ୍ଵର ଚନ୍ଦ୍ର ମାଝି, ତ୍ରିନାଥ ପାତ୍ର ,ସେକ୍ ଜସ୍ମୀନ ରାଫି,ରାଜା ପାତ୍ର,ନୀରାକାର ପାଣିଗ୍ରାହୀ, ଆଶୋକ ଅଧିକାରୀ,ଏସ ଚାନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ